STORYMIRROR

Krushnapriya Mohapatra

Inspirational

4  

Krushnapriya Mohapatra

Inspirational

ଦୁଇଗୋଟି ରତ୍ନ

ଦୁଇଗୋଟି ରତ୍ନ

1 min
478

 

ଉତ୍କଳ ଜନନୀ କୋଳେ ଜାତ ହୋଇ ,

ମୁକ୍ତିସଂଗ୍ରାମେ ଥିଲ ଝାସଦେଇ ।

ଲେଖିଦେଇଗଲ ନୁଆ ଇତିହାସ

ଝୁରୁଛି ତୁମକୁ ଏ ଭାରତବର୍ଷ ।


ଭୁଲିବନି କେବେ ଓଡ଼ିଆ ସନ୍ତାନ,

ତୁମ ଦେଶପ୍ରେମ ,ତୁମ ବଳିଦାନ

ଜୟ ହିନ୍ଦ 'ସ୍ଵରେ ଥରି ଉଠିଥିଲା,

 ଦିନେ , ବିଦେଶୀ ଶାସନ କଳ ।


 ମହାନ ସଂଗ୍ରାମୀ , ବୀରସୁଭାଷ

ଅଜୟ, ଅମର ସୁରେନ୍ଦ୍ର ସାଏ ,

ଜନ୍ମି ଥିଲେ ଦିନେ ଏଇ ମାଟିରେ

ଅଗ୍ନି ସ୍ପୁଲିଙ୍ଗ ପ୍ରାୟ ।


ଜାନୁୟାରୀ ମାସ ତେଇଶି ତାରିଖ

ଅଠର ଶହ ସତା ନବେ ।

କଟକ ମାଟିକୁ ପବିତ୍ର କରିଲେ

କୋଟି ସୂର୍ଯ୍ୟ ପ୍ରାୟ ନଭେ ।


ସତ୍ୟ ନ୍ୟାୟ ଜ୍ଞାନୀ ଅଟ ସ୍ୱାଭିମାନୀ

ଦେଶ ପ୍ରେମୀ ବାଲ୍ୟକାଳୁ ।

ସୁଭାଷ ତୁମେ ,ନେତାଜୀ ନାମରେ

 ବିଶ୍ୱ ରେ ବିଖ୍ୟାତ ତେଣୁ


ତୁମେ ମୋତେ ଦିଅ ତୁମଦେହୁ ରକ୍ତ

ମୁଁ ଦେବି ତୁମକୁ ସ୍ଵାଧୀନ ଭାରତ ।

ଇଗ୍ରେଜ୍ ଛାଡିବେ ଭାରତ ବର୍ଷକୁ

ଆମେ ଗଢିବାରେ ଆମରି ଦେଶକୁ


କଣ୍ଟା କୁ କଣ୍ଟା ରେ କାଢିବା ନୀତିକୁ

ଦୃଢ କରିଥିଲ ସେଇ ଆଦର୍ଶ କୁ

ତୁମ ତ୍ୟାଗ ନିଷ୍ଠା କାର୍ଯ୍ୟ ଦକ୍ଷତା

ହେ ଚିରବିପ୍ଲବୀ ଇତିହାସେ ଲେଖା ।


ଆଜାଦ ହିନ୍ଦ ଫୌଜ ଦଳ ଗଢିଥିଲ 

ଦିଲ୍ଲୀ ଚଲୋ ବୋଲି ନାରା ଦେଇଥିଲ

ବିଶ୍ୱାସ କରନ୍ତି ରକ୍ତାକ୍ତ ସଂଗ୍ରାମେ

ହେ ବୀର ତୁମକୁ ସହସ୍ର ପ୍ରଣାମ ।


ହେ କ୍ରାନ୍ତିବୀର ଯୋଦ୍ଧା ସୁରେନ୍ଦ୍ର

ସମ୍ଵଲପୁରର ତୁମେହିଁ ରାଜେନ୍ଦ୍ର

ତୁମେ ଥିଲ ଯୋଦ୍ଧା,ଅତି ସ୍ୱାଭିମାନୀ

ଧନ୍ୟ ପିତା ତୁମ ,ଧନ୍ୟ ସେ ଜନନୀ ।


ଦେଇଥିଲ ବଳି ନିଜର ସ୍ଵାର୍ଥ କୁ

ନୂଆଁଇଁ ନଥିଲ କେବେବି ମଥାକୁ

ଶେଷ ପର୍ଯ୍ୟନ୍ତ କାରାଗାରେ ରହି

ଇଂରେଜ ଶାସନ ଦେଲ ଦୋହଲାଇ


ହଜାରିବାଗ ସେ କାରାଗାର ଭାଙ୍ଗି

ସିପାହୀ ବିଦ୍ରୋହେ ପାଇଲ ତ ମୁକ୍ତି

ହେଲେ ଭାଗ୍ୟ ଥିଲା ଅନ୍ୟ କିଛି ଲେଖି

ନିଜ ଦୁଃଖେ ତୁମେ ପଡ଼ିଥିଲ ଭାଙ୍ଗି ।


ଶେଷେ ମରଦେହ ମାଟିରେ ମିସିଲା

ହେଲେ ଯଶୋଦେହ ଅମର ହୋଇଲା

ହେ ବୀର ତୁମକୁ କୋଟିଏ ପ୍ରଣାମ

ଉତ୍କଳର ତୁମେ ସୁଯୋଗ୍ୟ ସନ୍ତାନ ।

 

ଉତ୍କଳ ମାଟିର ଦୁଇ ଗୋଟି ରତ୍ନ

ଭୁଲିବାନି ଆମେ ତାଙ୍କ ବଳିଦାନ

ଯେତେ ଦିନ ଯାଏ ଥିବ ଏଇ ଭୂମି

ରହିଥିବା ଆମେ ତାଙ୍କ ପାଖେ ୠଣି ।

  


Rate this content
Log in

Similar oriya poem from Inspirational