STORYMIRROR

Prafulla Chandra Mishra

Inspirational Others

3  

Prafulla Chandra Mishra

Inspirational Others

ଅବଳା ଦୁର୍ବଳା ?

ଅବଳା ଦୁର୍ବଳା ?

1 min
230

 

ଅବଳା ଦୁର୍ବଳା ବୋଲି କିଏ କେବେ କହିଲା ଏପରି କଥା

ବେଦ କି ପୁରାଣ, ଇତିହାସେ କାହିଁ ନାହିଁ ତ ଏପରି ଲେଖା  ।।


ସତ୍ୟ ଯୁଗ ଠାରୁ ଏଯାବତ୍ ବେଦ, ପୁରାଣ କି ଇତିହାସ

ସବୁଠାରେ ନାରୀ ଗଉରବ ଗାଥା ହୋଇଅଛଇ ବର୍ଣ୍ଣିତ  ।।


ବେଦ କହେ ନାରୀ ଦେବୀଙ୍କ ପ୍ରତୀକ ଅମର୍ଯ୍ୟଦା ଯ‌ହିଁ ହୁଏ

ଶ୍ମଶାନ ପାଲଟେ ଅର୍ନ୍ତଧ୍ୟାନ ତହୁଁ ହୋଇଥାନ୍ତି ଦେବତାଏ  ।।


ନାରୀ ର ସମ୍ମାନେ ନାରୀ ଶିର୍ଶାସନେ ଯହିଁ ହୁଏ ପ୍ରତିଷ୍ଠିତ 

ସରଗ ସମାନ ବଇକୁଣ୍ଠ ସମ  ସେଠି ହୁଅଇ ପ୍ରତିତ  ।।


ନାରୀ ପାଇଁ ରାମାୟଣ ନାରୀ ପାଇଁ  ମହାଭାରତ ପୁରାଣ

ନାରୀ ଅମର୍ଯ୍ୟଦା କରି କ୍ଷମା ପରା ନପାଆନ୍ତି ଭଗବାନ  ।।


ନାରୀ ଯୁଦ୍ଧ କ୍ଷତ୍ରେ ନିପାତିଛି ଅରି କରି ମହା ଘୋର ରଣ

ନରୀ କେଉଁ ପରି ଦୁର୍ବଳା କହି କେ କ୍ଷୁର୍ଣ୍ଣ କରିଛି ତା ମାନ  ??


ବିଜ୍ଞାନରେ ନାରୀ ଅଗ୍ରଗତି କଥା ଅଛପା ଅଛି କାହାକୁ

ଗଣିତ ଶାସ୍ତ୍ରେ ଲୀଳାବତୀ ସୂତ୍ର ଛୁଏଁ ତୁଙ୍ଗ ଶିଖରି କୁ  ।।


ଜ୍ୟୋତିଷ ଶାସ୍ତ୍ର ରେ ଖନା ବଚନ ତ ନାରୀ ଙ୍କର ଅବଦାନ

ସାହିତ୍ୟରେ ନାରୀ ଅଗ୍ରଗଣ୍ୟା ୟେତ ଅଟେ ସର୍ବ ବିଦ୍ୟମାନ ।।


ନ୍ୟାୟ,ଧର୍ମ କ୍ଷତ୍ରେ ଚିତ୍ରକଳା ପୁଣି  ନୃତ୍ୟ,ଗୀତ,ଅଭିନୟେ

ସବୁକ୍ଷତ୍ରେ ନାରୀ ମହତ୍ଵ ମହାନ (ତାକୁ)ଅମାନ୍ୟ କରିବ କିଏ ।।


ପୁରୁଷ ପୈାରୁଷ ନାରୀପାଇଁ ସିନା ନାରୀ ଅଟେ ମହା ଶକ୍ତି

ଶକ୍ତି ବିନା ଶିବ ଶବ ତେଣୁ ଶକ୍ତି   ସହ ଶିବ ବିରାଜନ୍ତି ।।


ସେବା,ଦୟା,କ୍ଷମା,ସ୍ନେହ,ପ୍ରେମ,ଜ୍ଞାନ  ସବୁ କରି ରୁଦ୍ଧିମନ୍ତ

ନାରୀ ନାରାୟଣୀ ସମାନ ଧରାରେ  ରଖିଛି ନିଜ ମହତ ।।


ମା,ର ଆସନ ସର୍ବଶ୍ରେଷ୍ଠ ସେତ ଧରିତ୍ରୀ ଠାରୁ ରେ ଭାରି

କୁହ ତେବେ କାହିଁ ଦୁର୍ବଳତା କେମିତି  କିଏ ସେ କହିଲା ନାରୀ  ।।



ಈ ವಿಷಯವನ್ನು ರೇಟ್ ಮಾಡಿ
ಲಾಗ್ ಇನ್ ಮಾಡಿ

Similar oriya poem from Inspirational