STORYMIRROR

Sangita Mishra Satapathy

Inspirational

3  

Sangita Mishra Satapathy

Inspirational

ବହି

ବହି

1 min
232


କେବେ ତୁମେ ଆସ

ସୁନ୍ଦର ମଲାଟ ଚିତ୍ର ଥାଇ

କୁନି ଶିଶୁର ମନ ମୋହି

କେବେ ପୁଣି ଆସ।


ଦରଦୀବନ୍ଧୁଟିଏ ହୋଇ

ସୁଖ ଦୁଃଖର ସାଥୀ ହୋଇ

କେବେ ଆସ ତୁମେ 

ନିଃସଙ୍ଗତା ଦୂର କରି

ପ୍ରିୟ ବାନ୍ଧବୀଟିଏ ପରି

କେବେ ପୂଜା ପାଅ 

ମୋ ଠାକୁର ଘରେ

ଗୀତା, ଭାଗବତ ରୂପ ନେଇ

କେବେ ଆସ ତୁମେ

ଜ୍ଞାନର ପସରା ନେଇ

ସଭିଁଙ୍କୁ ଜ୍ଞାନ ବାଣ୍ଟିବା ପାଇଁ। 


କେବେ ଆସ ତୁମେ

ସାହିତ୍ୟର ନାମ ନେଇ

ସମାଜର ଦରପଣ ହୋଇ

କେବେ ଆସ ତୁମେ 

ଶୀତର ଆସର ନେଇ ତ

ପୁଣି କେବେ ଆସ ତୁମେ

ଶିରାବଣ ବାରିଧାରା ହୋଇ

କେବେ ଆସ ତୁମେ

ପୁସ୍ତକ ମେଳାର ସମ୍ଭାର ନେଇ

ସବୁରି ଆଦର ପାଇବା ପାଇଁ। 



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational