STORYMIRROR

Ghanashyam Biswal

Fantasy

3  

Ghanashyam Biswal

Fantasy

ବହି ମୋର ସାଥୀ

ବହି ମୋର ସାଥୀ

1 min
344

ମିଛ ଦୁନିଆଁକୁ

ସତ ଭାବି

ଅନ୍ଧକାରେ ଜାକିଜୁକି ହୋଇ

ସ୍ୱାର୍ଥପର ଅପରାଧୀଙ୍କ ପରି

କୁସଂସ୍କାର ଓ ଅନ୍ଧବିଶ୍ୱାସର ପଞ୍ଜୁରୀରେ

ନୀଚମନା ହୋଇ

ଧ୍ବଂସଭିମୁଖୀ ହେବା ଦ୍ୱାରଦେଶରୁ

ମୁକ୍ତି ପାଇଲି

ପବିତ୍ର ହେଲି

ସତସତିଆ ସପନ ବି ଦେଖିଲି

ନୁଆଁ ଆଶା ନେଇ

ଜିଇଁଲି ନୁଆଁ ଜୀବନ

ଆଉଥରେ

ଯେବେ ତୁମେ ହେଲ

ମୋ ସାଥୀ ହେ ବହି

ଯେବେ ଚାଲିଲି ବାଟ

ତୁମ ଆଦର୍ଶରେ ଅନୁପ୍ରାଣିତ ହେଲି

ସାଥୀ ପରି ସାଥୀ ଟିଏ ପାଇ ଧନ୍ୟହେଲି l


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy