STORYMIRROR

Sunanda Mohanty

Inspirational

3  

Sunanda Mohanty

Inspirational

ଭଗ୍ନ କୋଣାର୍କ

ଭଗ୍ନ କୋଣାର୍କ

1 min
164

କୋଣାର୍କର ବିକଳ୍ପ ହିଁ ନାହିଁ 

ଭଗ୍ନ ଶୀଳା ଆଜି ବି ଉଠୁଛି ଚେଇଁ 

ସୂର୍ଯ୍ୟ ଉପାସନା ମନ୍ତ୍ରେ ବିଭୂଷିତ ହୋଇ 

ବାରଶ ବଢ଼େଇ କେତେ ଲହୁ ଲୁହ ପିଇ 

ସ୍ରଷ୍ଟା ସାଜିଲେ ହୃଦୟ ମୁକୁର କଥା କହି 

ପ୍ରତିଟି ଭଗ୍ନ ଶୀଳା ଆଜି ସେଇକଥା ଯାଏ ଗାଇ 

କିଏ ସେ ସ୍ରଷ୍ଟା ନିହାଣ ମୁନରେ ଚେତନା ଭରି ଦେଇ 

ପୁଣି ଗାଇବ ଜୀବନ ଯନ୍ତ୍ରଣା କଳାକାର ହାତ ନେଇ? 

ଧରମାର ସ୍ୱର ଆଜି ବି ଶୁଭୁଛି ଭଗ୍ନ ଶିଳାରେ ଥାଇ 

ବୋଉ ଦେଇଥିଲା ବାଡ଼ି ବରକୋଳି 

ସାଥିରେ ପୋଷା କୁକୁର ବଳିଆ ନେଇ 

ପଡିଛି ବୋଧେ ଶିଳାରେ ଟିକେ ଘୁମେଇ 

ନର୍ତ୍ତକୀ ମାନେ ଆଜି ବି ମାଗନ୍ତି ଜୀବନ 

ପୁର୍ନଜନ୍ମର ଦ୍ୱାହି ଦେଇ 

ମାରନା ମାରନା ଆମର ଜୀବନ ସଳିତା 

କୋଣାର୍କ ଗାତ୍ରରେ ସଦା ଜୀବନ୍ତ ହୋଇ 

କାଳ କାଳ ରହୁ ଏ ଅକ୍ଷୟ କୀର୍ତ୍ତି 

ଭାଙ୍ଗି ଦିଅନା କେବେ କେହି

ଆସୁଥାଅ ଯାଉଥାଅ ନିଜର ଭାବି ନେଇ 

ଭଗ୍ନ ହେଲେ ବି ଦେଖ ଆକର୍ଷଣର 

ବହେ ଭରା ଭାର ଭାରେ ଭରି ନଈ 

ଚନ୍ଦ୍ରଭାଗାର ଶାନ୍ତ କମନୀୟ ଠାଣି 

ହାତଠାରି ଡାକେ ରହି ରହି 

ଓଁ କାର ମନ୍ତ୍ର ପ୍ରତିଟି ଭଗ୍ନ ଶିଳାରୁ 

ଗୁମୁରି ଡାକୁଛି ଶୁଣ କର୍ଣ୍ଣ ଡେରି ତହିଁ 

ପର ପିଢ଼ି ତୁମେ ଭଗ୍ନ କୋଣାର୍କକୁ 

ନୂତନ ସ୍ପର୍ଶ ଆବେଗ ଦେଇ 

କହିଦିଅ ଥରେ ତୁମେ ନୁହେଁ ଭଗ୍ନ ଜମା 

ତୁମେ ପୃଥିବୀର ଆଶ୍ଚର୍ଯ୍ୟତମ ଚାରୁକଳା ସ୍ଥାପତ୍ୟ 

ସବୁବେଳେ ଯିବ ଗିରି ଗୋବର୍ଦ୍ଧନ ଛୁଇଁ l



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational