Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Niranjan Sahu

Inspirational

3  

Niranjan Sahu

Inspirational

ଭଗବାନ

ଭଗବାନ

1 min
287


ଆଜିକାଲି ଯୁଗ ଏମିତି ହେଲାଣି

ଜୀବନ ଠୁଁ ବଡ଼ ମୋବାଇଲ

ଶରୀର ପଛକେ ରସାତଳ ହେଉ

ଠିକ ରହିଥାଉ ମୋବାଇଲ,


ରାତିପାହିଗଲେ ମୁହଁ ନ ଧୋଉଣୁ

ଲୋଡ଼ା ପଡ଼ିଯାଏ ମୋବାଇଲ

ଶରୀର ପଛକେ ଜାହାହେଇଯାଉ

ଠିକ ରହିଥାଉ ମୋବାଇଲ,


ପାଖରେ ଥାଉ ବା କିଛି ନଥାଉ

ଦରକାର ଆଗ ମୋବାଇଲ

ଖାଇବାକୁ ପଛେ କିଛି ନ ମିଳୁ

ଲୋଡ଼ା ପଡ଼ିଯାଏ ମୋବାଇଲ


ମୋବାଇଲ ହେଲା ଅମୂଲ୍ୟ ଜୀବନ 

ମୋବାଇଲ ବିନା ଶକ୍ତିହୀନ

ମୋବାଇଲ ଥିଲେ କିଛି ଡ଼ରନାହିଁ 

ମୋବାଇଲ ହେଲା ଭଗବାନ,,


ବାଃ ବାଃ ବାଃ ରେ ମୋବାଇଲ

ସମସ୍ତଙ୍କୁ ନିଜର କଲୁ

ସାରାଜଗତକୁ ନିଜ ଭିତରେ ରଖି

ସଭିଙ୍କୁ  ଗୋଲାମ କଲୁ,,,


Rate this content
Log in

Similar oriya poem from Inspirational