STORYMIRROR

Niranjan Sahu

Abstract

2  

Niranjan Sahu

Abstract

ଭଗବାନ ନିରୁତ୍ତର

ଭଗବାନ ନିରୁତ୍ତର

1 min
3.2K

ଭଗବାନଙ୍କୁ ବି

ଲାଜ ଲାଗିଲା ସେଦିନ 


ଯେଉଁଦିନ ଜଣେ ଭୋକିଲାକୁ ଭଗବାନ କହିଲେ

ମୁଁ ତୋର ଦୁଃଖ ଆଉ ଦେଖିପାରୁନି  

ସହି ପାରୁନି  

ମାଗ କି ବର ମାଗୁଛୁ ମାଗେ   


ଗରିବ ଜଣକ ଆଶ୍ଚର୍ଯ୍ୟ ହୋଇ ଭଗବାନ ଙ୍କୁ ଚାହିଁଲା

ସ୍ମିତ ହସି ଭଗବାନଙ୍କୁ କହିଲା   


ପ୍ରଭୁ ଯଦି ଦେବାକୁ ଏତେ ଇଛୁକ   

ତେବେ କିଛି ଖାଇବାକୁ ଦିଅନ୍ତୁ   


ତୁମେ ବି ଅଜବ ପ୍ରଭୁ   

ଜଣେ ଭୋକିଲା କୁ ପଚାରୁଛ  

     କଣ ଦରକାର   ?

       ଭଗବାନ ନିରୁତ୍ତର  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract