ଭଦ୍ରମୁଖା
ଭଦ୍ରମୁଖା


କେତେ ଆଉ ଭଦ୍ର ଆଉ ସଚ୍ଚୋଟ
ହେବାର ମୁଖା ପିନ୍ଧି ସମାଜକୁ ଠକିବ
ତୁମ ମୁଖାର ପରସ୍ତ ତଳେ ଜଣେ କେହି
ଅଣନିଃଶ୍ୱାସୀ ହେଲେ ସେ ନିରବ ।
କାରଣ ତୁମ ଜୀବନ୍ତ ଅଭିନୟର
ସାମ୍ନାରେ ସେ ଅବଶ୍ୟ ପରାଜିତ
ତେଣୁ ସେ ନିରବ ଆଉ ନିଶ୍ଚଳ
ତଥାପି ବି ସେ କର୍ତ୍ତବ୍ୟରତ ।
ଧର୍ମର ନିକିତିରେ ତଉଲି କୁଆଡେ
ଉପରବାଲା ନ୍ୟାୟ ଦେବ
ଆଉ ଦୋମୁହାଁ ନୀତି ଉପରୁ
ଖୁବ୍ ଶୀଘ୍ର ନକାବ ହଟିବ ।
ସରଳ ମନରେ ତାର ସମାଜ
ଆଉ ଲୋକମାନେ ଖୁବ୍ ସଫା
ସତେଯେମିତି କାଚକେନ୍ଦୁ ପାଣି
ଉପରେ ଚାନ୍ଦର ସେ ରେଖା ।
p>ସେ କେମିତି ଜାଣିବ ଯେ ଏଇ
ନିରୀହ ଖୋଳପା ତଳେ ଦାନବ ଲୁଚିଛି
ପାଶବିକ ଅତ୍ୟାଚାରକୁ ସବୁ ସିଏ
ଅତି ଯତ୍ନରେ ଘୋଡେଇ ରଖିଛି ।
ଏଠି ଲୋକମାନେ ସବୁ ଦେଖି ବି
ଅଭିନୟ କରୁଛନ୍ତି ନ ଦେଖିବାର
କାରଣ ସତକୁ ସାମ୍ନା କରି ଲଢ଼ିବାକୁ
ବୋଧହୁଏ ସାହସ ନାହିଁ କାହାର ।
ଅର୍ଥ ଆଉ ଶକ୍ତିର ଅପଚୟ ଏଠି
ଅନାୟସରେ ହିଁ ହୁଏ
ସବୁ ଜିନିଷରେ ମୂଲ ଚାଲ ପୁଣି
ଅନ୍ୟକୁ ଦୁର୍ବଳ କରିଦିଏ ।
ମିଛକୁ ସତ କରିବା ପାଇଁ
ବେଶି ସମୟର ଆବଶ୍ୟକ ହୁଏନା
ଏସବୁ କେମିତି ସମ୍ଭବ ଭଦ୍ରମୁଖା ପିନ୍ଧା
ଲୋକମାନଙ୍କୁ ଅବଶ୍ୟ ବେଶ୍ ଭଲଭାବେ ଜଣା।