ଭଦ୍ରଲୋକ
ଭଦ୍ରଲୋକ


ଦୁନିଆରେ କେତେ ପ୍ରକାର ମଣିଷ
ହେଲେ ସଭିଏଁ ସମାନ ନୁହେଁ
କିଏ ଏଠି ଭଲ କିଏ ଅବା ମନ୍ଦ
ତାକୁ ଜାଣିବା ସହଜ ନୁହେଁ ¡¡
ଉପରେ କହନ୍ତି ଅମୃତ ବଚନ
ଭିତରଟା ପୟୋ ମୁଖ
ଭଦ୍ର ମୁଖା ପିନ୍ଧି ସାଲିସ କରନ୍ତି
ଚେର କାଟେ ରହି ପାଖ ¡¡
ଏପରି ମଣିଷକୁ ଦୂରରୁ ଜୁହାର
ରଖିବା ସର୍ବଦା ଦୂରେ
ବିଷ କୁମ୍ଭ ପରି ଜୀବନଟା ଯିବ
ରହିଲେ ତାଙ୍କ ପାଖରେ ¡¡