STORYMIRROR

Pranati Mahapatra

Inspirational

3  

Pranati Mahapatra

Inspirational

ଭାଷାର ପିତା

ଭାଷାର ପିତା

1 min
13.8K


ଫକୀରମୋହନ ସେ ଭାଷାର ପିତା 

ପଥପ୍ରାନ୍ତେ ଏକ ପଚାରିଲା ଶିଶୁ

    କିଏ ସେ ଫକୀରମୋହନ,

କ୍ରୋଧ,ଅଭିମାନେ କହିଲି ବାବୁରେ 

   ସେ ପରା ଭାଷାର ପୁରୁଷ ଅମ୍ଳାନ।

ଭାଷାର ପିତା ସେ ଫକୀରମୋହନ

   କଲେ ଭାଷା ଆନ୍ଦୋଳନ,

ଠାଣୀ ଥିଲା ଯା'ର ବୀର ଯୋଦ୍ଧାଭଳି

   ବାଣୀ ଯେ ଥିଲା ତୀକ୍ଷ୍ଣ।

ବଶୀଭୂତ ପରି ବୋକା ବନିଗଲେ

   ଅସାଧୁ ଇଂରେଜ ଗଣ,

ନ ବୁଝି ଥିଲେ ବାକ୍ୟର ଚାତୁରୀ

  ଭାଙ୍ଗିଗଲା ଟାଣପଣ।

ଅଣୁଗଳ୍ପ ଠାରୁ ପ୍ରବନ୍ଧ ଭିତରେ

   କଲେ ସବୁର ପ୍ରଚାର,

ତାଙ୍କରିଦାୟାଦ ଅଯୋଗ୍ୟ ଆମେରେ

   ପରିଚୟ ଭୁଲୁ ତାଙ୍କର।

ପ୍ରତିଟି ସୃଷ୍ଟିରେ ଜାଗରଣ ଥିଲା

   କେତେ ଯେ ଥିଲା ସଂସ୍କାର,

ଦେଶ,ମାତୃକାର ସ୍ଵାଧୀନତା ପାଇଁ

   ଠାଣୀ, ବାଣୀ,କର୍ମ ଅପାର।

ରେବତୀ ଗଳ୍ପରୁ ଆଠଗୁଣ୍ଠ ଯାଏ

  ସବୁଥିରେ ଥିଲା ବାକ୍ୟବାଣ,

ଓଡ଼ିଆ ଭାଷାର ସ୍ଵୀକୃତି ଆଣିଲେ

  କରିଲେ ଆମକୁ ଧନ୍ୟ।

 

ପ୍ରଣତି ମହାପାତ୍ର।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational