STORYMIRROR

JitendraNath Gahir

Inspirational

2  

JitendraNath Gahir

Inspirational

ଭାଷାପ୍ରୀତି

ଭାଷାପ୍ରୀତି

1 min
13.8K


ନିଃଶ୍ଵାସେ ପ୍ରଶ୍ଵାସେ ଅହରହ ବହେ

ଓଡ଼ିଶାର ଭାଷା ଗନ୍ଧ

ଓଡ଼ିଶାରେ ଖାଇ ଓଡ଼ିଆ ହୋଇକି

ଇଂରାଜୀ ପ୍ରେମରେ ଅନ୍ଧ

ଧିକ ତୋ ପରି ମରଦ।

ମାତୃ ସମ ତୁହି ମାଁର ଭାଷାକୁ

ହୀନ ମନେ କରି

ଧରିବାକୁ ଚାହୁଁ ବାମନ ହୋଇକି

ଦୂର ଆକାଶର ଚାନ୍ଦ ।

ଯା’ରି କୋଳରେ ବଢ଼ି ତାରି ବୁକୁରେ ଚଢି

ଅଭିଳାଷ ତୋର ଆକାଶରେ ଯିବୁ ଉଡି

ମାଁ ଥାଉ ଥାଉ ଅନାଥ ଆଜି ତୁ

କି ହେଲାରେ ସତେ

ଏତେ ଡିଗ୍ରୀ ଥିଲେ ପଢ଼ି ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational