STORYMIRROR

Binodini Dash

Inspirational

4  

Binodini Dash

Inspirational

ଭାଷା

ଭାଷା

1 min
363


ଯାହାଦ୍ୱାରା କରେ ପ୍ରକାଶ

ମାନବ ମନୋଭାବ

ଭାଷା ବୋଲି ତା'କୁ ଜାଣନ୍ତି

ସଭିଏଁ ଏହି ଭବ ।


ଜଣକ ମନୋଗତ ଭାବ

ଆନ ବୁଝିବା ପାଇଁ

ବ୍ୟବହାର ଯେଉଁ ସଙ୍କେତ

ତା'କୁ ବି ଭାଷା କହି ।


ଅଙ୍ଗଭଙ୍ଗୀ, ଗତି, ଇଙ୍ଗିତ

ହାବଭାବ, ଆକାର

ଚେଷ୍ଟା ନେତ୍ରବକ୍ତ୍ରବିକାର

ପୁଣି ଯେ କଣ୍ଠସ୍ବର ।


ଶାବ୍ଦିକ ବା ଉଚ୍ଚାର୍ଯ୍ୟ ଭାଷା

ବର୍ଣ୍ଣଦ୍ବାରା ଗଠିତ

କଥ୍ୟ ଆଉ ଲେଖ୍ୟ ସାହିତ୍ୟ

ଦୁଇ ଭାଗେ ବିଭକ୍ତ ।


ସମଗ୍ର ପୃଥିବୀ ବୋଲଇ 

ଭାଷା ସହସ୍ରାଧିକ 

ଗୋଟିଏ ଦେଶର ଭାଷାକୁ

ବୁଝେନି ଅନ୍ୟ ଏକ ।


ଏକ ସମାଜ ବା ଅଞ୍ଚଳ

ଭାଷା ବୁଝେନି ଆନ

କେବଳ ସେହି ହିଁ ବୁଝଇ

ଯା'ର ଜ୍ଞାନରେ ଧ୍ୟାନ ।


ଶହେ ସତଚାଳିଶଗୋଟି

ଭାଷା ଭାରତବର୍ଷେ

ପ୍ରଚଳିତ ବୋଲି ସୁଜନେ

ରଖିଥାଅ ମାନସେ ।


ମୁଖେ ଭାଷା ଥିଲେ ମଧୁର

ଲାଗେ ଆନକୁ ମିଠା

ବ୍ୟତିକ୍ରମ ହେଲେ ଟିକିଏ

ହୋଇଯାଏ ତା' ଖଟା ।


ସମ୍ପର୍କ କରଇ ବିଚ୍ଛିନ୍ନ

ଏହି ଭାଷାଟି ଜାଣ

ତେଣୁ ନିଜ ଭାଷା ମହତ

ରଖି ସମ୍ପର୍କ ବୁଣ ।


Rate this content
Log in

Similar oriya poem from Inspirational