ଭାଷା
ଭାଷା
ଯାହାଦ୍ୱାରା କରେ ପ୍ରକାଶ
ମାନବ ମନୋଭାବ
ଭାଷା ବୋଲି ତା'କୁ ଜାଣନ୍ତି
ସଭିଏଁ ଏହି ଭବ ।
ଜଣକ ମନୋଗତ ଭାବ
ଆନ ବୁଝିବା ପାଇଁ
ବ୍ୟବହାର ଯେଉଁ ସଙ୍କେତ
ତା'କୁ ବି ଭାଷା କହି ।
ଅଙ୍ଗଭଙ୍ଗୀ, ଗତି, ଇଙ୍ଗିତ
ହାବଭାବ, ଆକାର
ଚେଷ୍ଟା ନେତ୍ରବକ୍ତ୍ରବିକାର
ପୁଣି ଯେ କଣ୍ଠସ୍ବର ।
ଶାବ୍ଦିକ ବା ଉଚ୍ଚାର୍ଯ୍ୟ ଭାଷା
ବର୍ଣ୍ଣଦ୍ବାରା ଗଠିତ
କଥ୍ୟ ଆଉ ଲେଖ୍ୟ ସାହିତ୍ୟ
ଦୁଇ ଭାଗେ ବିଭକ୍ତ ।
ସମଗ୍ର ପୃଥିବୀ ବୋଲଇ
ଭାଷା ସହସ୍ରାଧିକ
ଗୋଟିଏ ଦେଶର ଭାଷାକୁ
ବୁଝେନି ଅନ୍ୟ ଏକ ।
ଏକ ସମାଜ ବା ଅଞ୍ଚଳ
ଭାଷା ବୁଝେନି ଆନ
କେବଳ ସେହି ହିଁ ବୁଝଇ
ଯା'ର ଜ୍ଞାନରେ ଧ୍ୟାନ ।
ଶହେ ସତଚାଳିଶଗୋଟି
ଭାଷା ଭାରତବର୍ଷେ
ପ୍ରଚଳିତ ବୋଲି ସୁଜନେ
ରଖିଥାଅ ମାନସେ ।
ମୁଖେ ଭାଷା ଥିଲେ ମଧୁର
ଲାଗେ ଆନକୁ ମିଠା
ବ୍ୟତିକ୍ରମ ହେଲେ ଟିକିଏ
ହୋଇଯାଏ ତା' ଖଟା ।
ସମ୍ପର୍କ କରଇ ବିଚ୍ଛିନ୍ନ
ଏହି ଭାଷାଟି ଜାଣ
ତେଣୁ ନିଜ ଭାଷା ମହତ
ରଖି ସମ୍ପର୍କ ବୁଣ ।
