STORYMIRROR

Padmalaya Mishra

Inspirational Others

3  

Padmalaya Mishra

Inspirational Others

ଭାଷା ସାରଥୀ

ଭାଷା ସାରଥୀ

1 min
13.1K


କାହିଁ କେଉଁ କାଳରୁ

ଅନ୍ତରରୁ ନିଃସୃତ ହୋଇ

ହୃଦୟରୁ ହୃଦୟକୁ ଯୋଡୁଛି

ସେ ଆତ୍ମାର ବାଣୀ

ବାନ୍ଧିଛି ବର୍ତ୍ତମାନକୁ ଅତୀତ ସହ

ପୁଣି ସେତୁଟିଏ ଗଢିବ ଭବିଷ୍ୟତର ଗର୍ଭକୁ

ସେ ମନ ଜାହ୍ନବୀ

ସାଗରରେ ମିଶି ମଧ୍ୟ

ହରାଇ ପାରିବନି ସତ୍ତା

ତଥାପି ସାରଥୀ ହୋଇ

ଟାଣି ନେବା ଆମ ଭାଷା ଅଶ୍ଵକୁ

ଆଉ କିଛି ବାଟକୁ

ସମୃଦ୍ଧିର ପଥରେ

କାହିଁକି ନା ଲୋପ ହୋଇ ନପାରେ

ହୃଦୟର କଥା

ଅନ୍ତରର ବ୍ୟଥା

ଆମକୁ ପରସ୍ପର ସହ ଯୋଡିବାର ମାଧ୍ୟମ

ଆମ ଭାଷା ଆମ ପରିଚୟ ।।

......ପଦ୍ମାଳୟା

ସମ୍ପାଦିକା: ହରିବୋଲ ହୁଳହୁଳି

ପୁରୀ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational