ଭାଷା ସାହିତ୍ୟର ସୁରକ୍ଷା ବୀମା
ଭାଷା ସାହିତ୍ୟର ସୁରକ୍ଷା ବୀମା
ୟାଡୁ ସାଡୁ ଲେଖି ଗାରିଆ ଖାତା
ରାତି ରାତି କବି ନାମକୁ ଜିତା
ଟଙ୍କା ବଢ଼ାଇଲେ ମାନକୁ ଥୁଆ
ମାନପତ୍ର ହାତେ ହେଉଛି ଦିଆ
ଜାଲ୍ ଅନୁଷ୍ଠାନ ସାହିତ୍ୟ ନାମେ
ଦଲାଲିରେ ବଡ଼ ଫାଇଦା କାମେ
ମିଛ ବାହାନାରେ ଫସାଇ ଆଗ
ଲୁଟି ଲାଟି କେତେ ଖାଆନ୍ତି ବାଗ
ଝିଅ ବୋହୂ ବୁଢ଼ୀ ପଡ଼ନ୍ତି ପାଲ
ଟୋକା ବୁଢ଼ା ଯେତେ ସାହିତ୍ୟ ଗେଲ
ସାହିତ୍ୟର ମାନ କମୁଛି ସତ
ଗଧ ଏଠି ବୁଧ ନାଚୁଛି ଗୀତ
ଓଡ଼ିଆଙ୍କ ଭାଷା ବିପତ୍ତି ବଢ଼େ
ସୁଧୀଜନ ମନ ଦୁଃଖରେ ସଢ଼େ
ଅକବିର ଲେଖା ପକାନି ଆଖି
ବନ୍ଧୁ ବୋଲି ତାକୁ ଚଳାନି ରଖି
ତ୍ରୁଟି ଯେତେ ଅଛି ସରବେ ଖୋଲ
ଅକବିକୁ କଳା ଲାଗିବ ଗାଲ
ଖାତା କଲମକୁ ଫୋପାଡ଼ି ଦେବ
ସପନକୁ ଭୁଲି ବିରସ ହେବ
ସାହିତ୍ୟର ମନ୍ଦ ଗନ୍ଧକୁ ବାରି
ବାସନ୍ଦରେ ତାକୁ ରଖିଥା ଘେରି
ଆସରକୁ ତାକୁ ପୂରାନି ଜମା
ଭାଷା ସାହିତ୍ୟର ସୁରକ୍ଷା ବୀମା
