STORYMIRROR

ତାରାପ୍ରସାଦ ଜେନା

Classics

2  

ତାରାପ୍ରସାଦ ଜେନା

Classics

ଭାଷା ସାହିତ୍ୟର ସୁରକ୍ଷା ବୀମା

ଭାଷା ସାହିତ୍ୟର ସୁରକ୍ଷା ବୀମା

1 min
282

ୟାଡୁ ସାଡୁ ଲେଖି ଗାରିଆ ଖାତା

ରାତି ରାତି କବି ନାମକୁ ଜିତା


ଟଙ୍କା ବଢ଼ାଇଲେ ମାନକୁ ଥୁଆ

ମାନପତ୍ର ହାତେ ହେଉଛି ଦିଆ


ଜାଲ୍ ଅନୁଷ୍ଠାନ ସାହିତ୍ୟ ନାମେ

ଦଲାଲିରେ ବଡ଼ ଫାଇଦା କାମେ


ମିଛ ବାହାନାରେ ଫସାଇ ଆଗ

ଲୁଟି ଲାଟି କେତେ ଖାଆନ୍ତି ବାଗ


ଝିଅ ବୋହୂ ବୁଢ଼ୀ ପଡ଼ନ୍ତି ପାଲ

ଟୋକା ବୁଢ଼ା ଯେତେ ସାହିତ୍ୟ ଗେଲ


ସାହିତ୍ୟର ମାନ କମୁଛି ସତ

ଗଧ ଏଠି ବୁଧ ନାଚୁଛି ଗୀତ


ଓଡ଼ିଆଙ୍କ ଭାଷା ବିପତ୍ତି ବଢ଼େ

ସୁଧୀଜନ ମନ ଦୁଃଖରେ ସଢ଼େ


ଅକବିର ଲେଖା ପକାନି ଆଖି

ବନ୍ଧୁ ବୋଲି ତାକୁ ଚଳାନି ରଖି


ତ୍ରୁଟି ଯେତେ ଅଛି ସରବେ ଖୋଲ

ଅକବିକୁ କଳା ଲାଗିବ ଗାଲ


ଖାତା କଲମକୁ ଫୋପାଡ଼ି ଦେବ

ସପନକୁ ଭୁଲି ବିରସ ହେବ


ସାହିତ୍ୟର ମନ୍ଦ ଗନ୍ଧକୁ ବାରି

ବାସନ୍ଦରେ ତାକୁ ରଖିଥା ଘେରି


ଆସରକୁ ତାକୁ ପୂରାନି ଜମା

ଭାଷା ସାହିତ୍ୟର ସୁରକ୍ଷା ବୀମା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics