STORYMIRROR

Tapan Kumar Swain

Children

3  

Tapan Kumar Swain

Children

ଭାଷା ସାହିତ୍ୟର ସେନାପତି

ଭାଷା ସାହିତ୍ୟର ସେନାପତି

1 min
244


ଭାଷା ସାହିତ୍ୟର ସେନାପତି

ତୁମ ପାଇଁ ଆଜି ଗରବରେ ମୁଣ୍ଡ

ଟେକି ଅଛି ଦେଖ ଏଇ ଜାତି ।


ଭାଷା ଥିଲା ଯେଉଁ ସଙ୍କଟରେ

ପଡୋଶୀ ରାଇଜ ସାଥେ ଲଢ଼ିବାକୁ

ପଇସା ନଥିଲା ପକେଟରେ ।


ସେକାଳେ ନଥିଲା ଛାପା ବହି

ପିଲାଏ କେମିତି ପଢିବେ ଓଡ଼ିଆ

ବିଦ୍ୟାଳୟ ଥିଲା ଖୋଲା ହୋଇ ।


ଧନୀଙ୍କ ଦୁଆରେ ହାତ ପାତି

ବସାଇଲ ଆଣି ଛାପାକଳ ଗୋଟେ

ବାଲେଶ୍ୱର ଠାରେ ରାତା ରାତି ।


ଲେଖିଲ ସାହିତ୍ୟ ଇତିହାସ

ପୁରାଣ ଭୂଗୋଳ ଗଣିତ ବିଜ୍ଞାନ

ଭୁଲିଯାଇ ସବୁ ଭୋକ ଶୋଷ ।


ଉତ୍କଳର ତୁମେ ବ୍ୟାସକବି

ରେବତୀ ଲଛମା ମାମୁ ପ୍ରାୟଶ୍ଚିତ

ସବୁଥିରେ ଅଛି ତୁମ ଛବି ।


ଫେରି ଆସ ଏଇ ଦୁର୍ଦ୍ଦିନରେ

ତୁମ ଭାଷା ଆଜି ସଙ୍କଟେ ପଡିଛି

କିଏ ଉଦ୍ଧାରିବ କୁହ ଥରେ ।



Rate this content
Log in

Similar oriya poem from Children