STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଭାରତର ଟେକ ରଖିବା

ଭାରତର ଟେକ ରଖିବା

1 min
48


ଭାରତକୁ ଆମେ ଇଣ୍ଡିଆ କହିଲେ

ମାଆଙ୍କୁ କହିଲେ ମମି

ବାପାଙ୍କୁ ଡାକିଲେ ଡାଡି ଡାଡି ବୋଲି

ଇଙ୍ଗିଲିଶଙ୍କ କଥା ମାନି


ଭାଇ ହୋଇଗଲା ବ୍ରଦେର ଆମର

ଭଉଣୀ ହୋଇଲା ସିସ

ମାଉସୀ ଆମର ଆଣ୍ଟି ହୋଇଗଲେ

ସ୍ତ୍ରୀ ହୋଇଗଲା ମିସ,


ଗୁରୁଙ୍କୁ ଡାକିଲେ ସାର ସାର ବୋଲି

ଗୁରୁ ମା ହୋଇଲେ ମେମ

ସାଙ୍ଗ ହୋଇଗଲେ ଫ୍ରେଣ୍ଡ ଆମର

ଖେଳିଲେ କ୍ରିକେଟ ଗେମ,


ଆମେତ ଆମର ଭାଷା ଭୁଲିଗଲେ

ଇଂଲିଶ ଭାଷାକୁ ଧରିଲେ

ଇଂଲିଶ ଭାଷାକୁ ଗର୍ବରେ କହିଲେ

ମାତୃଭାଷାକୁ ଭୁଲିଲେ,,,


ମାତୃଭାଷା କୁ ପଛରେ ପକେଇ

ନିଜକୁ ଭାବୁଛେ ଜ୍ଞାନୀ

ଇଂଲିଶ କଥା ଚୋବେଇ ଚୋବେଇ

କରୁଅଛେ ବେଇମାନି


ଆମେତ ଭୋକୁଆ ଭୁଲ କରୁଛେ

ଇଂଗଲିସ ଭାଷା କୁ କହି

ଆମେତ ମୁରୁଖ ଗର୍ବ କରୁଛେ

ଭାରତ କୁ ଇଣ୍ଡିଆ କହି


ଇଂଲିଶ ପଢିବା ଭଲ କଥା ଅଟେ

ଇଂଲିଶ ପାଠ ଶିଖିବା 

ମାତୃଭାଷା ର ମହତ କୁ ରଖି

ମାତୃଭାଷା କଥା କହିବା....


ଭାରତ ମାତାକୁ ଭାରତ କହିବା

ଇଣ୍ଡିଆ ନାମଟି ଭୁଲିବା

ଭାରତ ଆମର ଜନମ ଭୂଇଁ

      ଭାରତର ଟେକ ରଖିବା....।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational