STORYMIRROR

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

2  

କବିଶ୍ରୀ ଅକ୍ଷୟ କୁମାର ବେହେରା

Abstract

ଭାରତର ଇତିହାସ

ଭାରତର ଇତିହାସ

1 min
175

ସର୍ବ ଭାରତରେ ପ୍ରଚଳିତ ଅଛି

ଆମ ରାଷ୍ଟ୍ରଭାଷା ହିନ୍ଦି,

ସଭିଙ୍କର ପ୍ରିୟ ଝଟକୁଛି ହୋଇ

ଭାରତ ମାତାର ବିନ୍ଦି


ବିଭିନ୍ନ ଭାଷାର ଲୋକ ଥିଲେ ସୁଧା

ହିନ୍ଦି ଭାଷା କହୁଛନ୍ତି,

ଦେଶ ବିଦେଶରେ ଏବେ ଧୀରେ ଧୀରେ

ଅନ୍ୟମାନେ ଶିଖୁଛନ୍ତି


ରାଷ୍ଟ୍ରଗାନ ଆମ ଜାତୀୟ ସଙ୍ଗୀତ

ବଢାଏ ସୈନିକ ଶକ୍ତି,

ତ୍ରିରଙ୍ଗା ପତାକା ଉଡିବାର ଦେଖି

ଥରଇ ଶତୃର ଛାତି


ବିର ପୁରୁଷଙ୍କ ଅମର କାହାଣୀ

ଦିଏ ବିରତ୍ବ ବାରତା,

ଶୁଣି ଶତୃ ଦେଶ ଭୟଭୀତ ହୋଇ

ମୁଣ୍ଡେ ବଢେ ତାଙ୍କ ଚିନ୍ତା


କହିଲେ ସରେନା ଲେଖିଲେ ଅଣ୍ଟେନା

ଭାରତର ଇତିହାସ,

ଯୁବପିଢି ପାଇଁ ଦେଉଛି ସର୍ବଦା

ସାହାସିକତା ସନ୍ଦେଶ


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract