STORYMIRROR

Niranjan Sahu

Inspirational

3  

Niranjan Sahu

Inspirational

ଭାରତୀୟ ସଂସ୍କୃତି

ଭାରତୀୟ ସଂସ୍କୃତି

1 min
14.7K


ବିଦେଶୀ ନେଲେଣି ଆମର ସଂସ୍କୃତି

ଆମେ ନେଲୁ ତାଙ୍କ ସଂସ୍କୃତି        

ବଦଳିଗଲାଣି ତାଙ୍କରି ପ୍ରକୃତି

ବଢିଗଲା ଆମ ବିକୃତି,

ଭଦ୍ର ଭଳିଆ ସେମାନେ ଚଳିଲେ

ଆମ ସଂସ୍କୃତିକୁ ପାଇଁ      

ଅସଭ୍ୟ ଭଳିଆ ଆମେ ଚଳିଲେ

ଲଙ୍ଗଳା ମୁକୁଳା ହୋଇ

ବିଦେଶୀ ମାନେ ବଦଳିଗଲେଇ

ଆମ ସଂସ୍କୃତିକୁ ନେଇ

ତାଙ୍କ ସଂସ୍କୃତିରେ ବନ୍ଧା ପଡିଗଲେ

ସ୍ୱଦେଶକୁ ଭୁଲି ଯାଇ

ଧନ୍ୟରେ ଭାରତ ବାସୀ

ଚଉଦ ପୁରୁଷ ନାଆଁ ପକାଇଲୁ

ମନେ ମନେ ହୋଇ ଖୁସି

ଏବେ ବି ସମୟ ହାତରେ ଅଛି

ଭଲ ବୁଦ୍ଧି ଟିକେ କର

ପାଗଳ ବୁଦ୍ଧିକୁ ପଛରେ ପକାଇ

ଦେଶକୁ ନିଜର କର

ଭାରତ ମାଆକୁ ସମ୍ମାନ ଦେଇ

ମାର ଋଣ ସୁଜିବ

ଛାତିକୁ ଫୁଲେଇ ଗର୍ବର ଶହ 

ଭାରତୀୟ ବୋଲି କହିବ,,,


(ନିରଞ୍ଜନ )


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational