ଭାରତୀୟ ଆମେ
ଭାରତୀୟ ଆମେ
ଭାରତୀୟ ଆମେ ଦୀପ୍ୟମାନ ଭିତ୍ତି ଆର୍ଯ୍ୟଭୂମିର ଦାୟାଦ
ଭାଇଚାରା ଯା' ର ପବିତ୍ର ମହକ ଜାଳିଦିଏ ଭେଦାଭେଦ ।
ତ୍ରିରଙ୍ଗା ଯାହାର ଉଡେ ଫଡଫଡ ଗାଇ ଶାନ୍ତି ମୈତ୍ରୀ ବାର୍ତ୍ତା
ତ୍ୟାଗ ଶୌର୍ଯ୍ୟ ଆଉ ବିଶ୍ୱାସ ଭରସା ସତ୍ୟର ବିଜୟ କର୍ତ୍ତା।
ସତ୍ୟ ଧର୍ମ ନ୍ୟାୟ ବିଜୟ ସର୍ବଦା ଅଶୋକଚକ୍ର ସୂଚାଏ
ବିଭିନ୍ନତା ମଧ୍ୟେ ଏକତାର ଭାବ ଭାରତରେ ଦେଖାଦିଏ ।
ହିନ୍ଦୁ ଇସଲାମ ବୌଦ୍ଧ ଖ୍ରୀଷ୍ଟ ଜୈନ ବହୁଧର୍ମ ଲୋକଛନ୍ତି
ଧର୍ମ ନିରପେକ୍ଷ ରାଷ୍ଟ୍ର ମୋ ଭାରତ ମାନବିକତା ବାଣ୍ଟନ୍ତି।
ଦେଶଦ୍ରୋହୀଙ୍କର ହୀନ ଷଡଯନ୍ତ୍ର ଜାତିଆଣଭାବ ମନ
ଜାତୀୟ ସଂହତି ଦୁର୍ବଳ କରୁଛି କଳୁଷିତ କରେ ଜନ ।
ଅଧର୍ମ ନାମକୁ ଧର୍ମରେ ଆରୋପି ପ୍ରେମଧର୍ମ ଶିକ୍ଷାଦିଏ
ସନ୍ତ୍ରାସବାଦୀଙ୍କ ହାତେ ହାତ ରଖି ସ୍ୱକୀୟ କ୍ଷୟ କରାଏ ।
ଆମେ ଗଢିବା ଗୋଟିଏ ଜାତି ଗୋଟିଏ ଧର୍ମ ନାଁ ଯା'ର ପ୍ରେମ
ମାତୃଭୂମିର ମାନ ରଖିବା ବିସର୍ଜି ହିଂସକ ସ୍ୱାର୍ଥ କର୍ମ ।
