Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Jagannath Barik

Inspirational

4.5  

Jagannath Barik

Inspirational

ଭାରତୀୟ ଆମେ ଭାରତୀୟ

ଭାରତୀୟ ଆମେ ଭାରତୀୟ

1 min
342


ଭାରତୀୟ, ଆମେ ଭାରତୀୟ

ଭାରତୀୟ ଆମେ ଭାରତୀୟ 

ଧର୍ମରେ କର୍ମରେ  ଜ୍ଞାନ ବିଜ୍ଞାନରେ

  ବୀରତ୍ୱରେ ଆମେ ଅଦ୍ଵିତୀୟ |


ଆମ ମୁନି ଋଷି ସାଧନା ପ୍ରସୂତ

   ପବିତ୍ର ଓଁକାର ସର୍ବତ୍ର ଝଙ୍କୃତ

ଉଡ଼ୁଛି ତ୍ରିରଙ୍ଗା ବହିଯାଏ ଗଙ୍ଗା

    ଶୁଭୁଛି ଭାରତ ଜୟ ଜୟ |


ମଥାରେ ମୁକୁଟ ଯାର ହିମକୁଟ 

    ପଦ ଧୌତ କରେ ନୀଳମ୍ବୁ ସମ୍ରାଟ 

ମେଖଳା କଟିର ବିନ୍ଧ୍ୟ ମହୀଧର

    ଗଭା ସାଜିଦିଏ ମେଘାଳୟ |


ଗାଉ ସତ୍ୟ ଶାନ୍ତି ଅହିଂସା ମନ୍ତର

    ଚିନ୍ତା କରୁ ବସୁଧୈବ ପରିବାର

ଧର୍ମ ନିରପେକ୍ଷ ଦେଶଟି ଆମର

    ନାନା ଜାତି ଭାଷା ସମନ୍ୱୟ |


ଯହିଁ ଗୀତା ବାଣୀ ଶ୍ରୀରାମ କାହାଣୀ

   ଅଷ୍ଟାଦଶ ବିଦ୍ୟା ପୀୟୂଷର ଖଣି

ନର ନାରାୟଣ ନାରୀ ନାରାୟଣୀ

    ବୃକ୍ଷ ପଶୁ ପକ୍ଷୀ ପୂଜନୀୟ |


ଭୂମି ଗାଭୀ ନଦୀ ଆମ ମାତୃ ବତ

    ପ୍ରକୃତି ପୂଜାରେ ଆମେ ସଦା ରତ

ପର ଉପକାର ବରତ ଆମର

   ଜାଣୁ ପର ପୀଡା ନାରକୀୟ |


ଶତ୍ରୁ ଆକ୍ରମଣେ ନହେଉ ଛାନିଆ

    ପ୍ରତି ଆକ୍ରମଣେ ନିଶ ମୋଡ଼ି ଠିଆ 

ନେତାଜୀ ଆଜାଦ ବାହିନୀ ଗର୍ଜନ

    ରକ୍ତ ଦିଅ ସ୍ୱାଧୀନତା ନିଅ |


ଜୟ ଯବାନ ଜୟ କିଷାନ ଆହ୍ୱାନ 

  ଶାସ୍ତ୍ରୀଙ୍କ ଡାକରେ ବିଶ୍ୱ କମ୍ପମାନ 

ଅଟଳଙ୍କ ଜୟ  ବିଜ୍ଞାନ ସ୍ଲୋଗାନ 

  କାର୍ଗିଲରେ ଆଣିଦେଲା ଜୟ |


ମୋଦି ବଢ଼ାଇଲେ ଦେଶ ସ୍ୱାଭିମାନ

    ସାମରିକ ଶକ୍ତି ସାମର୍ଥ୍ୟ ବର୍ଦ୍ଧନ

ବ୍ରହ୍ମାସ୍ତ୍ର ତ୍ରିଶୂଳ  ନାଗାଗ୍ନି କ୍ଷେପଣ

  ରାଫେଲକୁ ଶତ୍ରୁ କଲେ ଭୟ |


ସିଂହ ଶିଶୁ ଜାଣୁ ସମ୍ମୁଖ ସମର

  ପରାଜୟ ନାହିଁ ଆମ ଜାତକର

ଭ୍ରୂଲତା ଉଠାଇ  ଚାହିଁବାର ପାଇଁ

  ଅରାତି ଭୁଲଇ ପରିଚୟ |


ମଙ୍ଗଳ ଗ୍ରହକୁ ପେଷିଅଛୁ ଯାନ

  ଇସ୍ରୋ ସଫଳତା କରିଛି ମହାନ

ସବୁଠୁଁ ସୁନ୍ଦର  ପ୍ରାଚୁର୍ଯ୍ୟ ଭଣ୍ଡାର

  ଜୟ ଆର୍ଯ୍ୟାବର୍ତ୍ତ ଜୟ ଜୟ |


   


   




Rate this content
Log in

Similar oriya poem from Inspirational