STORYMIRROR

Anam Charan Sahoo

Abstract

2  

Anam Charan Sahoo

Abstract

ଭାରତବର୍ଷ

ଭାରତବର୍ଷ

1 min
226

ସବୁରି ପ୍ରିୟ ଅଟେ ମୋ ଦେଶ

ନାମ ଭାରତବର୍ଷ

ବିବିଧ ଭରା ସଂସ୍କୃତି ପରା

ମନେ ଖେଳାଏ ହର୍ଷ।

କାଶ୍ମୀର ଠାରୁ କନ୍ୟାକୁମାରୀ

ନାହିଁତ ଭେଦଭାବ

ଭାଇଚାରାର ମଧୁ ଗୁଞ୍ଜନ

ଚଳାଏ ସୁଖେ ନାବ।

ଗଗନ ଛୁଇଁ ତ୍ରିରଙ୍ଗା ଉଡ଼େ

ଏକତା ମନ୍ତ୍ର ଗାଇ

ବିଦେଶୀ ଏଠି ମୁଣ୍ଡ ନୁଆଁନ୍ତି

ବନ୍ଧୁତ୍ୱ ଭାବ ବହି।

ଚାଷୀ ଏହାର ଫଳାନ୍ତି ସୁନା

ମାଟିରେ ମାଟି ହୋଇ

ସୈନିକ ଭାଇ ଦେଶ ସୀମାକୁ

ଜଗେ,ସୀମାନ୍ତେ ରହି।

ବିପଦ ବେଳେ କାନ୍ଧରେ କାନ୍ଧ

ମିଳାଇ ଦେଶବାସୀ

ସବୁ ଅନ୍ଧାର କରନ୍ତି ଦୂର

ସକଳେ ହସିହସି।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract