STORYMIRROR

Pranati Mahapatra

Fantasy Inspirational

4  

Pranati Mahapatra

Fantasy Inspirational

ଭାରତ ଓ ସ୍ବାଧୀନତା

ଭାରତ ଓ ସ୍ବାଧୀନତା

1 min
353


ବଡ଼ ଭାଗ୍ୟବାନ ହୋଇ ମୁଁ ଜନମ

   ସ୍ଵର୍ଣ୍ଣପ୍ରସୂ ଭାରତବର୍ଷରେ,

ପବିତ୍ର ଏ ଭୂମି ପୁଣି ପୂଣ୍ୟଭୂମି

   ଦେବଭୂମି ବୋଲି ଗର୍ବ କରେ,

  ଏ ଭଳି ନାହିଁ ତ ମରତରେ

ଭାରତ ମାତାର ସନ୍ତାନ ଯେ ଆମେ

  ଶସ୍ୟ ଶ୍ୟାମଳା ଏ ଧାମରେ ।୧


ସପ୍ତଦ୍ଵୀପ ମଧ୍ୟୁ ଜମ୍ବୁ ଦ୍ଵୀପେ ନବ

   ଦେଶରେ ବିଭକ୍ତ ଥିଲେ,

ଚନ୍ଦ୍ରବଂଶ ରାଜା ଦୁଷ୍ମନ୍ତଙ୍କ ପୁତ୍ର

   ପ୍ରଥମ ସମ୍ରାଟ ହେଲେ,

  ମାନବ ସଭ୍ୟତା ଦେଶ ପ୍ରଥମ

ସୃଷ୍ଟିକର୍ତ୍ତା ବ୍ରହ୍ମା ଜଗତ ଭାରକୁ

  ସ୍ଵୟଂଭୁବମନୁଙ୍କୁ ଦେଲେ।୨


ସ୍ଵୟଂ ଭୁବମନୁ ଦୁଇ ପୁତ୍ର ପ୍ରିୟ-

 ବ୍ରତ ଓ ଉତ୍ତାନପାଦ,

ଦଶପୁତ୍ର ପ୍ରିୟ ବ୍ରତଙ୍କ ତ୍ରିପୁତ୍ର

  ବୈରାଗ୍ୟ ଯେ ଆନ ସାତ,

  ବିଶ୍ବକୁ କଲେ ଭାଗ ସପତ

ଜମ୍ବୁଦ୍ଵୀପ ରାଜା ଅଗ୍ନୀଧ୍ରଙ୍କ ପୁତ୍ର 

  ନାଭି ରାଜ୍ୟ ଅଜନାଭ।୩


ନାଭି ସତପୁତ୍ର ମଧ୍ଯେ ଜ୍ୟେଷ୍ଠ ପୁତ୍ର

  ଉତ୍ତମ ଋଷଭଦେବ,

ତାଙ୍କ ପୁତ୍ର ଲୋକ ପ୍ରିୟ ଯେ ଭରତ

  ରାଜା ଯେ ପ୍ରଜାପାଳକ,

  ବୈଦିକ ଯୁଗେ କଥିତ

ତାଙ୍କ ନାମାନୁସାରେ ଅଜନାଭ

  ପରବର୍ତ୍ତୀରେ ଭାରତ।୪


ରାଜା ଦୁଷ୍ମନ୍ତ ଓ ରାଣୀ ଶକୁନ୍ତଳା

 ପରାକ୍ରମୀ ପୁତ୍ର ଭରତ,

ଭରତଙ୍କ ନାମେ ଜନ୍ମିତ ଆମେ

  ଭରତବଂଶୀ ଗର୍ବିତ,

 ଧନ୍ୟ ମୋ ମାଆ ଭାରତ

ପ୍ରଜାନୁରଞ୍ଜନ ନ୍ୟାୟାଧୀଶ ବୋଲି

  କଲେ ତାହା ପ୍ରମାଣିତ।୫


ରାଜବଂଶ ହେଲେ ରାଜସିଂହାସନ

   ପାଇବେ କି ଅଧିକାର,

ଯୋଗ୍ୟତା ନ ଥାଇ ପଦବୀ ପାଇବା

  ନୁହେଁ କେବେ ହକଦାର,

ଦେଖି ଅଯୋଗ୍ୟ ନିଜ ପୁତ୍ରର

ଅନ୍ୟ ଦାୟାଦଙ୍କୁ ରାଜସିଂହାସନେ ବସାଇ

ଦେଲେ ସମ୍ମାନ ରାଜାର।୬


ବିଦେଶୀ ଆସିଲେ ଲୋଭଗ୍ରସ୍ତ ହେଲେ

ରହି କଲେ ଅତ୍ୟାଚାର,

କଳେବଳେ ଲୁଟି ନେଲେ ଯେ ସମ୍ପତ୍ତି

 ସ୍ଵର୍ଣ୍ଣପ୍ରସୂ ଭାରତର,

 ତା' ସନ୍ତାନ ସୁର ବୀର

ଜୀବନକୁ ବଳୀ ଦେଇ ଆଣିଥିଲେ

  ସ୍ଵାଧୀନତା ଭାରତର।୭।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy