ଭାରତ ମାଟିରେ ଆମ ଘର
ଭାରତ ମାଟିରେ ଆମ ଘର
ଭାରତ ଆମର ଜନମ ଭୂଇଁ
ତାହାରି ମାଟିରେ ଆମରି ଘର,,
ତାହାରି କୋଳରେ ବଢ଼ିଛେ ଆମେ
ଭାରତୀୟ ଜାତୀୟତା ଆମର l
ଗୋଟିଏ ମାଆର ସନ୍ତାନ ଆମେରେ
ସଭିଏଁ ପରା ଭଉଣୀ ଓ ଭାଇ
ଆସରେ ସଭିଏଁ ଏକ ହୋଇଯିବା
ଜାତି, ଧର୍ମ, ବର୍ଣ୍ଣ ସବୁ ଦୁରେଇ l
ତାହାରି କୋଳରେ ଆମରି ଜନମ
ସିଏ ତ ଅଟଇ ସବୁରି ମାଆ,
ତା ପାଣି ପବନେ ଆମ ଜୀବନ
ରଖିବା ଆମେରେ ତାହାରି ନାଆଁ l
ତାହାରି ବୁକୁରେ କରିଛେ ଘର
ଝାଟି, ମାଟି. ଆଉ ନଡା ଛପର
ଖୁସିରେ କରୁଛୁ ଜୀବନଯାପନ
ସତେକି ଲାଗେ ବଇକୁଣ୍ଠ ପୁର l
ସୁଖରେ ଦୁଃଖରେ ଏକାଠି ଚଳିବା
ଆସୁରେ ଯେତେ ସବୁ ବିପଦ,
ଖାତିର କାହାକୁ କରିବା ନାହିଁ
ଡେରେଇବା ମନୁ ଜେତେ ବିଭେଦ l
