STORYMIRROR

Prafulla Chandra Mishra

Inspirational

4  

Prafulla Chandra Mishra

Inspirational

ଭାରତ ମାତା

ଭାରତ ମାତା

1 min
258


ଏହି ମୋର ଆର୍ଯ୍ୟାବର୍ତ୍ତ  ଏହି ମୋର ଜମ୍ବୁ ଦୀପ

ଭରତ ଖଣ୍ଡ,,ଭାରତ ବର୍ଷ ନାମରେ

ନାମ ସିନା ଭିନ୍ନ ଭିନ୍ନ ଏକ ରାଷ୍ଟ୍ର ଏକ ଚିହ୍ନ

ଭୂଖଣ୍ଡ ଶୋଭା ବର୍ଦ୍ଧିନୀ ମର୍ତ୍ତ୍ୟ ମଣ୍ଡଳେ

ହିମାଳୟ ମଥା ମୁକୁଟ

ଗଙ୍ଗା ଗୋଦାବରୀ ଯାର ହାର ସଦୃଶ ।


ବିରାଙ୍ଗନା ମହିୟସୀ  ମର୍ତ୍ତ୍ୟେ ମାଟିର ଉର୍ବଶୀ

ବିର ପୁତ୍ର ପ୍ରସବିନୀ ଚାରୁ ହାସିନୀ

ବିମଳ ସୁନୀଳ ରମ୍ୟ  ରଞ୍ଜନ ଘନ କାନନ

ଗିରି ଶିରୀ ଦରୀ ଭରା ଶୌର୍ଯ ଶାଳିନୀ

ରତ୍ନଗର୍ଭା ଭାରତ ମୋର

ସାଇତି ରଖିଛି ଗର୍ଭେ ରତ୍ନ ଭଣ୍ଡାର ।


ଅନେକ ରାଜ୍ୟରେ ଏକ  ନାହିଁ ଜାତି ଧର୍ମ୍ମ ଗୋତ୍ର

ଭାରତୀୟ ଏକ ଜାତି ସର୍ବେ ସମାନ

ତ୍ରୀରଙ୍ଗା ପତାକା ତଳେ   ରାଷ୍ଟ୍ରୀୟ ସଂଗୀତ ରୋଳେ

ଲୋଟି ଯାଇ ଗାଏ ପରା କୋଟି ଜୀବନ

ଏକସ୍ଵରେ ଏକ ଛନ୍ଦରେ

ଏକକତ୍ଵ ଭାଷା ଗୀତ ଉର୍ମି ଉଛୁଳେ ।


ଅନେକ ଭିନ୍ନେ ଅଭିନ୍ନ  ଭାରତୀୟ ଏକ ପ୍ରାଣ

ଧରାରେ ଭରତ ବର୍ଷ ଶୁଭ୍ରାଂଶୁ ସମ

ନରସିଂହ ତ୍ରୀବିକ୍ରମ  ରାମ, ରାବଣ ଶ୍ରୀକୃଷ୍ଣ

ଅବତରି ଛନ୍ତି ଏଠି ବୁଦ୍ଧ ଜଇନ

ମଥାର ତିଳକ ଏ ମାଟି

ଶିଳା ଯାର ଶାଳଗ୍ରାମ ବିଷ୍ଣୁ ମୂରତି ।


ଏମହା ବିଶାଳ ପୂଣ୍ୟ  ଗଣତନ୍ତ୍ର ର ଭୁବନ

ଅରାତି ଥରଇ ଯାର ଶୁଣିଲେ ନାମ

ସେହି ମୋ ଜନମ ଭୁଇଁ   ପବିତ୍ର ଭାରତ ଭୁଇଁ

ତା କୋଳେ ଜନମୀ ମୋର ଜୀବନ ଧନ୍ୟ

ତାପାଇଁ ମୋ ଏହି ଜୀବନ

ବିନିମୟେ ତା ମହତ ରଖିବି ମାନ ।


Rate this content
Log in

Similar oriya poem from Inspirational