STORYMIRROR

Padmalaya Mishra

Inspirational

3  

Padmalaya Mishra

Inspirational

ଭାରତ ମାତା

ଭାରତ ମାତା

1 min
26.6K


ଜୟ ଭାରତ ମାତା ଚିର ବନ୍ଦିତା

ତୋ ଚରଣେ ନତ ମସ୍ତକ

ସ୍ନେହ ମୈତ୍ରୀ ଡୋରରେ ବନ୍ଧା ଏଠାରେ

ସଭିଏଁ ମାତାର ପୂଜକ ।

ମୁକୁଟ ପରାଏ ହିମାଳୟ ସୋହେ

ଚରଣ ପଖାଳେ ସାଗର

ନଦୀ ବନ ପର୍ବତ ଦେହେ ଶୋଭିତ

ଏସବୁ ତାର ଅଳଙ୍କାର ।

ମସ୍ଜିଦ ମନ୍ଦିର ଗୀର୍ଜା ଗୁରୁଦ୍ଵାର

ଗୀତା ବାଇବେଲ କୋରାନ

ଶରୀରରେ ଭିନ୍ନ ହୃଦୟେ ଅଭିନ୍ନ

ଗୋଟିଏ ଗର୍ଭରୁ ଜନମ ।


ପ୍ରେମେ ବନ୍ଧା ଏଠି କୁଡିଆ କି କୋଠି

ତ୍ରିରଙ୍ଗା ତଳେ ଏକ ସମ

ଆସି ଶତ୍ରୁ ହୋଇ ସାଜିଛି ସେ ଭାଇ

ତୁଟିଚି ମନୁ ସର୍ବ ଭ୍ରମ ।

ମହାନ ମୋ ଦେଶେ ଐକ୍ୟ ଭାବ ହସେ

ଗର୍ବିତ କୋଳେ ତା ସନ୍ତାନ

ହାରି ନାହିଁ କେବେ ମୁଣ୍ଡ ଟେକି ଭବେ

ଚାଲିଛି ଏଡି ବାଧାବିଘ୍ନ ।

ଭିନ୍ନ ବେଶଭୁଷା ଭିନ୍ନ ଏଠି ଭାଷା

ଗୁନ୍ଥା ଯେ ଗୋଟିଏ ମାଳରେ

ସଭିଏଁ ସମାନ ନିମ କି ଚନ୍ଦନ

ବୈରଭାବ ଭୁଲି ଅଚିରେ ।

ସର୍ବେ ଭବନ୍ତୁ ସୁଖୀ ହୃଦୟେ ରଖି

ନୟନେ ଭରେ ସୁଖ ସ୍ଵପ୍ନ

ବିଧାତା ପୟରେ କାମନା ଯେ କରେ

ମା କୋଳେ ଲଭେ ପୁନର୍ଜନ୍ମ ।।।



ପଦ୍ମାଳୟା


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational