STORYMIRROR

Bijaya Kumar Swain

Inspirational

4  

Bijaya Kumar Swain

Inspirational

ଭାରତ ମାତା ର ଜୟ

ଭାରତ ମାତା ର ଜୟ

1 min
175


କୋଟିଏ କଣ୍ଠରେ

ଗୋଟିଏ ସ୍ୱର ରେ

 ଗାଇବା ଆସରେ ଭାରତ ମାତା ର ଜୟ

ସେହି ମୋ ଜନନୀ ବୀର ପ୍ରସବିନି

  ଦେବ ପରା ବରା ଭୟ।

   ଭାରତ ମାତା ର ଜୟ।


ବୈକୁଣ୍ଠକୁ ତେଜି ସ୍ଵୟଂ ନାରାୟଣ

ନେଇଛନ୍ତି ପରା ଏ ଦେଶେ ଜନମ

ଏହି ମୋର ଦେଶ ଭାରତ ବରଷ

ଯହିଁ ଝରେ ସଦା ଦେବଙ୍କ ଆଶିଷ

  ବୀର ପ୍ରସବିନି

  ଏହି ମୋ ଜନନୀ

ଦେଇଛି ମୋତେ ଅଭୟ।

  ଭାରତ ମାତା ର ଜୟ ।


କେତେ ବୀର ସୁର ମଣ୍ଡି ତାର କୋଳ

କରିଛନ୍ତି ମାଆ ନାମ କୁ ଉଜ୍ବଳ

ଜାତି ପ୍ରେମ ବହ୍ନି କରି ପ୍ରଜ୍ବଳିତ

ରଖି ଯାଇଛନ୍ତି ମାଆ ର ମହତ

  ବିଶ୍ଵ ବନ୍ଦ ନୀୟା

  ସେହି ମୋର ମାଆ

ମିଶି ଗାଇବା ତା ଜୟ।

  ଭାରତ ମାତା ର ଜୟ ।


ସ୍ୱାଧୀନ ଆମେରେ ତାହାରି ସନ୍ତାନ

ଗାଇଯିବା ସଦା ତାର ଜୟ ଗାନ

ଶିର ଦେବା ପଛେ ସାର ଦେବା ନାହିଁ

ରଖିବା ତା ଟେକ ପଣ କର ଭାଇ

  ସଭିଏଁ ସମାନ

   କେହି ନୁହେଁ ସାନ

ମାଆ ପଦେ ରଖ ଲୟ।

 ଭାରତ ମାତା ର ଜୟ ।


ସର୍ବ ବୃହତ୍ ଏ ଗଣତନ୍ତ୍ର ରାଷ୍ଟ୍ର

ଯା ନାମ ଜଗତେ ହୋଇଛି ବିଦିତ

ଜାତି ଏଠି ଭିନ୍ନ ଭାଷା ମଧ୍ୟ ଭିନ୍ନ

ଖାଦ୍ୟ ଓ ପୋଷାକ ସବୁଥିରେ ଭିନ୍ନ

 ଏତେ ଭିନ୍ନତା ରେ 

  ଗୋଟିଏ ଆମେ ରେ

   ଭାରତର ପୁଅ ଝିଅ।

ଭାରତ ମାତା ର ଜୟ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational