STORYMIRROR

Shreeman Anshuman Priyadarshee

Tragedy Inspirational Others

3  

Shreeman Anshuman Priyadarshee

Tragedy Inspirational Others

ଭାରି ମନେପଡ଼େ ବୋଉ

ଭାରି ମନେପଡ଼େ ବୋଉ

1 min
159

କେମିତି ଲେଖିବି କଣ ଲେଖିବି

କିଛି ଜାଣି ପାରୁ ନାହିଁ,

ବୋଉ ଉପରେ ଯେତେ ଲେଖିଲେ

ମନ ଜମା ପୁରୁ ନାହିଁ।।


ଅଫେରା ରାଇଜର ବାଟୋଇ ହୋଇ

ତୁ ଚାଲିଗଲୁ ବହୁ ଦୂର,

ଘଡ଼ିଏ ପାଇଁ କିନ୍ତୁ ମୋ ହୃଦୟ ମଧ୍ୟରୁ

କରି ପାରୁ ନାହିଁ ପର।।



ଏକୁଟିଆ କରି ଚାଲି ଗଲୁ ମୋତେ

ନିତି ତୋତେ ଖୋଜୁ ଥାଏ,

ସକାଳୁ ନେଇକି ରାତି ଯାଏ ଖାଲି

ମୁଁହ ତୋର ଦିଶୁ ଥାଏ।।



ପୂଜା ପର୍ବ ସବୁ ଫିକା ଫିକା ଲାଗେ

ତୁ ନାହୁ ବୋଲି ପାଖେ,

ବିଷାଦ ସବୁକୁ କହିବାକୁ ଇଚ୍ଛା କିନ୍ତୁ

ମିଳନ୍ତିନି କେହି ତୋ ଲାଖେ।।



କଷ୍ଟ ହେଲେ ଟିକେ ଆହା କରିବାକୁ

କେହି ହେଲେ ପାଖେ ନାହିଁ,

ଲୁହ ବୋହି ଗଲେ ପୋଛିବା ପାଇଁକି

କିଏ ହେଲେ ଆସେ ନାହିଁ।।



ମନେ ପଡ଼େ ତୋର ଧନମାଳି ଡାକ

ମନେ ପଡ଼େ କେତେ କଥା,

ସତରେ ବୋଉ ତୋ ଅନୁପସ୍ଥିତି ରେ

ଜୀବନଟା ଲାଗେ ଭାରି ପିତା।।


Rate this content
Log in

Similar oriya poem from Tragedy