ଭାରି ଭଲ ହେବ
ଭାରି ଭଲ ହେବ
ଭାରି ଭଲ ହେବ ସଖୀ
ଯଦି ଆଜିଟି
ଗତକାଲିପରି ହୁଅନ୍ତା
ସେଇ ସନ୍ଧ୍ୟାରେ
ଯେପରି ଆମ୍ରବଗିଚାରେ
ଆମେ ଦୁହେଁ ହଜିଯାଇଥିଲେ
ସେଇ ମିଠା ମୁହୂର୍ତ୍ତଟି ଫେରିଆସନ୍ତା l
ଭାରି ଭଲ ହେବ ସଖୀ
ଯଦି ଏବେ ମୋର
ନୂଆ ପକ୍ଷ ମେଲନ୍ତା
ଜୋଛନା ରାତିର
ଭରା ଆକାଶରୁ
ତମ ଗନ୍ଧବତୀ
ବାସ୍ନା ଝରି ଆସନ୍ତା l
ଭାରି ଭଲ ହେବ ସଖୀ
ଯଦି ମୋ ଜାଗ୍ରତ ସ୍ୱପ୍ନରେ
ତମ ରୂପ ହସନ୍ତା
ମୃଣାଳ ଲତିକା
ତା ଦୁଇ ବାହୁରେ
ମୋତେ ସମ୍ପୂର୍ଣ୍ଣ
ଭିଡି ଧରନ୍ତା l
ଭାରି ଭଲ ହେବ ସଖୀ
ଯଦି ତମେ ବୁଝିଯାଅ
ଏଇ ବାରତା
ସବୁ ଅର୍ଗଳିକୁ କାଟି
ତମେ ଚାଲି ଆସନ୍ତ
ମୋ ଆକାଶେ
ଜବାଫୁଲ ଫୁଟି ଯାଅନ୍ତା ....।।

