STORYMIRROR

Debadatta Pradhan

Inspirational

4  

Debadatta Pradhan

Inspirational

ଭାଵର ବନ୍ଧନ

ଭାଵର ବନ୍ଧନ

1 min
385

ଭାବର ବନ୍ଧନ ରାକ୍ଷୀ ସାକ୍ଷୀ ଦିନ

ସ୍ନେହ ମମତା ସଉଦା

ଜୀବର ଜୀବନ ସୂତାଖିଅ ଜାଣ

ଅତୁଟ ବିଶ୍ବାସ ଗଦା।


ମଧୁମୟ ସ୍ବାଦ ଲୀଳାମୟ ହ୍ରଦ

ଭାବାବେଗ ଅନୁରାଗ

ଭାଇ ଭଗ୍ନୀ ଦୁହେଁ ସହାୟ ନିଶ୍ଚୟେ

ରାକ୍ଷୀ ଅଲଭ୍ୟ ସଂଯେଊଗ।


ଭଗିନୀ ହସ୍ତରେ ମୁଗୁନି ରଙ୍ଗରେ

ଭାଇକୁ ସମର୍ପିଥାଏ

ଭାଇ କଥା ଦିଅ ରହୁ ପରିଚୟ

ସତ୍ୟାସତ୍ୟ ଅପ୍ରମେୟେ।


ଭାଇ ଭଉଣୀର ଅମୃତ କାହାଣୀ

ରହୁ ଯୁଗଯୁଗ ପାଇଁ

ସୂତ ଖିଅ ପାଇଁ ଦ୍ରୈାପଦୀ ଜିତିଲା

କୋଟିବସ୍ତ୍ର୍ର ଦେଲେ ସାଇଁ।


ମାନ ଉଦ୍ଧାରଣ ପ୍ରଭୁ ନାରାୟଣ

ସବୁଦିନ ଉଡେ ବାନା

ସ୍ନେହ ଉଣା ହେଲେ ଋଷିଯାଏ ହେଳେ

ଦେବ ମାନବ ସର୍ଜନା।


ଆଜି ସେ ପବିତ୍ର ସୁଦିନ ସର୍ବତ୍ର

କଥା,ତ କାଳ କାଳକୁ

ବିଶ୍ବାସ ସୂତାରେ ନିଃଶ୍ବାସ ଛତାରେ

ତୁଳିବା ବର୍ଷା ବେଳକୁ।


ଜଗତ ଦେଖନ୍ତୁ ଏ ପ୍ରୀତି ଜିଣନ୍ତୁ

ମଣନ୍ତୁ ଭାବ ବନ୍ଧନ

ମିଠାଇ ଚଟାଇ ସସ୍ନେହ ଗୋଟାଇ

ବିଶ୍ବରେ ହୁଅ ଭୂଷଣ।


Rate this content
Log in

Similar oriya poem from Inspirational