STORYMIRROR

Bijaya Kumar Swain

Inspirational

3  

Bijaya Kumar Swain

Inspirational

ଭାଇଚାରାର ପର୍ବ ହୋଲି

ଭାଇଚାରାର ପର୍ବ ହୋଲି

1 min
246

ରଙ୍ଗର ପରବ ହୋଲି

ଏମିତି ପରବ ପରଶେ ଆନନ୍ଦ

ଆନନ୍ଦ ଦିଅଇ ବୋଳି।


ସବୁ ରାଗ ରୋଷ ଭୁଲାଇ ଦିଏ ସେ

ପରକୁ ଆପଣା କରେ

ରାଗ ହିଂସା ଦ୍ୱେଷ ଦୂରେ ଫିଙ୍ଗି ଦେଇ

ସ୍ନେହର ପୀୟୂଷ ଭରେ


ଲିଭେନି ସେ ରଙ୍ଗ 

ଆଣେ ଅନୁରାଗ

ପ୍ରେମ ରଙ୍ଗ ଦିଏ ବୋଳି।


ବରଷକେ ଥରେ ଆସେ ଏ ପରବ

ଭରେ ମିତ୍ରତାର ଭାବ


ପରସ୍ପର ଠାରେ ଅଧିକୁ ଅଧିକ

ମୈତ୍ରୀର ଭବ ଜାଗିବ

ଏ ରଙ୍ଗ ଉତ୍ସବେ

ଏକ ହେବା ସର୍ବେ

ସୁଖ ପଡିବ ଉଚ୍ଛୁଳି।


  



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational