STORYMIRROR

Debabrata Mishra

Abstract Classics Inspirational

4  

Debabrata Mishra

Abstract Classics Inspirational

ଭାଇ

ଭାଇ

1 min
204


ସେ ଭାଇ ! 

ଜୀବନ ନଦୀରେ ବନ୍ୟା ଆସିଲେ

ନିଜ ମନ ଶରୀରକୁ ଶକ୍ତ କରି

ଅଟକାଇ ପାରେ ବିପଦପୂର୍ଣ୍ଣ ଘାଇ, 


ସେ ଭାଇ !

କାନ୍ଦିବା ଭୁଲେ ସେ ହସ ଦେବାପାଇଁ

ନିଜ ସୁଖକୁ ଆମ ସୁଖରେ ଖୋଜେ

ସେ ଭାଇକୁ ଖୋଜେ ନିଜେ ହଜିଯାଇ, 


ସେ ଭାଇ ! 

ବିଶାଳ ଆକାଶ ପରି ତାର ମନ

ଅନ୍ତରର ଦୁଃଖକୁ ସେ ବିଦାୟ ଦେଇ

ସ୍ନେହ ପ୍ରେମରେ ଦିଏ ସେ ଭିଜାଇ, 


ଭାଇ ! 

ତାର ଜୀବନ ସେ ଯାଇଛି ଭୁଲି

ହସୁଛି ମିଛରେ ଲୁହକୁ ଠେଲି

ନିଜ ଭାଇଙ୍କ ଭବିଷ୍ଯ ଗଢିବା ପାଇଁ । 



Rate this content
Log in

Similar oriya poem from Abstract