ଭାଇ ଭଉଣୀର ସମ୍ପର୍କ
ଭାଇ ଭଉଣୀର ସମ୍ପର୍କ
ଗୋଟିଏ ଗଛରୁ ଦୁଇ
ଫୁଲ ଉଭା
ପୁଅ ଝିଅ ରୂପ ନେଇ
ଘର ଅଗଣାରେ ବଢ଼ି
ଚାଲିଥାନ୍ତି ଏକ ଗରଭୁ ଜାତ ହୋଇ।
ପରିବାର ସେନେହ ଡୋରି
ଅତୁଟ ବନ୍ଧନେ ବାନ୍ଧେ
କେବେ କଳି ହୁଏ କେବେ ମିଠା କଥା
ମିଛ ଅଭିମାନରେ ଦିନ ବହେ।
ଭଉଣୀ ସୁରକ୍ଷା ଭାଇ ନେଇଥାଏ
ଭଉଣୀର ଗେହ୍ଲା ଥାଏ ଭାଇ
ମିଛ ରାଗ ଋଷା
ମିଛ କନ୍ଦା କଟା
ଭାଇ ଭଉଣୀ ସମ୍ପର୍କ
କଷଟି ପଥରେ ମାଜି ଦିଏ।
ଅଣ ଦେଖା କେବେ ହୁଏ ନା ସମ୍ପର୍କ
ରକ୍ଷା ବନ୍ଧନର ଡୋରି ସାକ୍ଷୀ
ସମ୍ପୂର୍ଣ୍ଣ ଜୀବନ ସମର୍ପି ଭାଇ
ଭଉଣୀର ଖୁସି ଦିଏ ସୁରକ୍ଷୀ।
ନଖ ମାଂସ ଭଳି
ପରିପୂରକ ଦୁହେଁ
ବିଚ୍ଛେଦ ବେଳ ଯେବେ ଆସେ
ଭାଇ କାନ୍ଦୁଥାଏ ବା ହୁନୀ ବା ହୁନୀ
ପର ଗୋତ୍ତିରିକୁ ବିବାହ ଦେଇ ବିଦା ଯେବେ କରେ ପର ଦେଶେ।
ମଥାରେ ସିନ୍ଦୂର ହାତରେ ଶଙ୍ଖା
ପିନ୍ଧାଇ କେ ନେଇ ଯାଏ
ଭାଗ୍ୟ ବିଧାନ ରୀତି ସଂସ୍କୃତି ଅଦୃଶ୍ୟ ଡୋରି ବଦଳାଇ ଦିଏ।
ଦାମ୍ପତ୍ୟ ବନ୍ଧନ ବାନ୍ଧି ଦେଲା ପରେ
ଭାଇ ଭଉଣୀ ଠୁଁ ଯାଏ ଦୂରେ
ଭାଇର ମୋହ ଭଉଣୀ ର କୋହ
ବାଲ୍ୟ ଡୋରି ତୁହା ତୁହା
ସ୍ମୃତି ଦୋହରା ଏ।
ଭାଇର ପ୍ରତୀକ୍ଷା ଭଉଣୀ ଜୀବନେ
ଖୋଜି ଥାଏ ନୂଆଁ ଖୁସି
ନୂତନ ବୃକ୍ଷରୁ ସୃଷ୍ଟି ହେବ ପୁଣି ଆଉ ଏକ
ଭାଇ ଭଉଣୀ ସମ୍ପର୍କ ବୃଷ୍ଟି।
