Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

ଅନିଲ କୁମାର

Inspirational

3  

ଅନିଲ କୁମାର

Inspirational

🌹🌹 ଭାଇ ଭଉଣୀ 🌹🌹🌳🌲⚘⚘⚘⚘🌲

🌹🌹 ଭାଇ ଭଉଣୀ 🌹🌹🌳🌲⚘⚘⚘⚘🌲

1 min
49



ବି ଦ୍ର :- ନିୟମିତ କବିତା ଉପସ୍ଥାପନା 'ଲକ୍ଷ-୧୦୦' ଅନ୍ତର୍ଗତ ଆଜିର ଏ କବିତା ୫୦ ତମ। ଜୁଲାଇ ୩ ତାରିଖରେ ଆରମ୍ଭ ହୋଇଥିବା ଏ ଯାତ୍ରା ଅନବରତ ଭାବେ ଅବ୍ୟାହତ ରହିଛି। ଏ ଭିତରେ ବିଭିନ୍ନ ପ୍ରସଙ୍ଗ ତଥା ଶୈଳୀର ପରୀକ୍ଷା ନିରୀକ୍ଷା କରିଛି। ଆପଣମାନଙ୍କର ଅତୁଟ ଶ୍ରଦ୍ଧା, ସମ୍ମାନ ଓ ସ୍ୱୀକୃତି ମଧ୍ୟ ପାଇଛି। ଆହୁରି ଆଗକୁ ଅନେକ ପଥ ବାକି ରହିଛି । ଆଶା ଏ ସାଧାନା ପଥରେ ମୋର ଶୁଭେତ୍ସୁ ଭାବରେ ଆଶୀଷ ଦେବା ସହ ମାର୍ଗଦର୍ଶନ କରିବେ । ଆଜିର ଏ ୫୦ ତମ କବିତ ସମସ୍ତ ହୀତାକାଂକ୍ଷୀ ବନ୍ଧୁ (ଭାଇ ଓ ଭଉଣୀ) ମାନଙ୍କ ଉଦ୍ଦେଶ୍ୟରେ ସମର୍ପିତ ।।


ଭାଇ ଭଉଣୀଙ୍କ ମଧୁର ସମ୍ପର୍କ

  ନିର୍ଲିପ୍ତ ପ୍ରୀତିର ଧାରା

ଗୋଟିଏ ଫୁଲର ଦୁଇଟି ପାଖୁଡା

  ଆକାଶର ଜହ୍ନ ତାରା ।। ୧ ।।


ଏମିତି ଗୋଟିଏ ନିର୍ମଳ ଭାବନା

  ବାନ୍ଧି ଦେଇଅଛି ବିହି

ସଂସାରେ ଏମିତି ଅଭିଲା ସୃଜନ

  ଆଉ କିଛି ପରା ନାହିଁ ।। ୨ ।।


ଭାଇ ରଖି ଥାଏ ଭଗିନୀ ମହତ

  ଅଭୟ ଆଶ୍ରୟ ସିଏ

ଭଉଣୀଟା ଯଦି ଶୁଭ ମନାସିବ

  ଭାଇର ମଙ୍ଗଳ ହୁଏ ।। ୩ ।।


ଭାଇର ଆୟୁଷ ବଢାଇବା ପାଇଁ 

  ଭଉଣୀ କରଇ ଓଷା

କୃତାର୍ଥ ଶ୍ରଦ୍ଧାର ଅତୁଟ ଡୋରିରେ 

  ବନ୍ଧା ତାର ପରିଭାଷା ।। ୪ ।।


ଭାଇ ପୂଜାଟିଏ ଭଉଣୀଟା ତାର

  ବୈଜୟନ୍ତ ଉପାସନା

ଦୁହେଁ ଦୁହିଁଙ୍କର ଶୁଭ ମନାସନ୍ତି

  ଚିତ୍ତରେ ଦିବ୍ୟଚେତନା ।। ୫ ।।


ଅନ୍ତରଙ୍ଗତାର ବିହ୍ଵଳ ପାବଚ୍ଛେ

  ପାବନ ସମ୍ବନ୍ଧ ଇଏ

ଅଛିଣ୍ଡା ଏଭାବ ଛିଡେ ନାହିଁ ଜମା

  ଜନ୍ମ ଜନ୍ମାନ୍ତର ଯାଏ ।। ୬ ।।


ଶାଶ୍ୱତ ପ୍ରେମର ସସ୍ମିତ କାମନା

 ସ୍ପନ୍ଦନେ ନିଭୃତ କାୟା

ଜଣେ ଜଣଙ୍କର ଅନ୍ତର ଧାରଣେ

 ସାଇତା ଔଦାର୍ଯ୍ୟ ମାୟା।। ୭ ।।


ଚଲାପଥ ପରେ ଝୁଣ୍ଟିଲେ ଭଉଣୀ

  ଭାଇ ଧରି ନିଏ ହାଥ

ଦୁନିଆ ହାଟରେ ଭାଇ ରଖିଥାଏ

  ଭଉଣୀ ମାନ ମହତ ।। ୮ ।।


ରାଗ ୠଷା ମାନ ଅଭିମାନ ଯେତେ

  ମିଳେ ଏ ମଧୁର ସମ୍ପର୍କେ 

ମହ୍ଲାର ସାନନ୍ଦ ହସେ ଝରିପଡେ

  ଦୁହିଁଙ୍କ ଆଦର ତର୍କେ ।। ୯ ।।


ଖୁଦୁରୁକୁଣୀଙ୍କ ବ୍ରତେ ପ୍ରମାଣିତ

 ଏହି ପ୍ରେକ୍ଷିତ କାହାଣୀ 

ମନେ ରୁଦ୍ଦିମନ୍ତ କଥା ଯାହାଥିଲା

  ଦେଇଛି ସବୁ ବଖାଣି ।। ୧୦ ।।


🙏🏼 ରାଧାରାଣୀଙ୍କ ଜନ୍ମଦିନ ତଥା ପବିତ୍ର ରାଧାଷ୍ଟମୀର ଢେର ସାରା ଶୁଭେଚ୍ଛା ଓ ଶୁଭକାମନା ସହ 🙏🏼



Rate this content
Log in