ଭାଇ ଭଉଣୀ ସ୍ନେହ ଭାବ
ଭାଇ ଭଉଣୀ ସ୍ନେହ ଭାବ
ହେ ମଣିଷ, ପୁରୁଷକୈନ୍ଦ୍ରିକ ସମାଜର
ନାରୀ ଜାତିକୁ ଅଛି କି ସେନେହ ତୁମର? |୧|
କିପରି କହୁଛ ନାରୀର ଜନମ ନେବାକୁ
ସଦା ଜନମନ୍ତି ଯିବେ ତ 'ପର ଘରକୁ' |୨|
ଭାଇର ମଙ୍ଗଳ ପାଇଁ ସଦା ଭଉଣୀଟିଏ
ନିଜ ଭାଇର ହାତରେ ରାକ୍ଷୀ ବାନ୍ଧିଥାଏ |୩|
ଯେବେ ମାଗେ ଭାଗ ନିଜ ପିତାର ସମ୍ପତିରେ ,
ସେ ଭଉଣୀ ନୂହେଁ, ଦିଅ ସାକ୍ଷୀ କୋର୍ଟରେ |୪|
ନାରୀ, ଘରେ ଘରେ ପାଇବାରୁ ନିର୍ଯାତନା
ଘରୋଇ ନିର୍ଯାତନା ଆଇନ, ୨୦୦୫ ଦରକାର ସିନା |୫|
ସୁରକ୍ଷା ପାଇଁ ଭାଇ ହାତରେ ରାକ୍ଷୀ ବାନ୍ଧୁଅଛି,
ସେ ଭାଇ ଆଜି ସୁରକ୍ଷା କଅଣ ଦେଇ ପାରୁଛି |୬|
ଆଜି ନାରୀ ଉପରେ ନିର୍ଯାତନା ହୁଏ କିପାଇଁ,
ବଳତ୍କାର, କନ୍ୟା ଭୃଣ ହତ୍ୟା ଚାଲିଛି କି ନାହିଁ |୭|
ସୁରକ୍ଷା ଅଛି ନାରୀକୁ ଭାରତୀୟ ସମ୍ବିଧାନରେ
ଆଇନ କାନୁନ ତିଆରି ହୋଇଛି ନାରୀ ସପକ୍ଷରେ |୮|
ରାକ୍ଷୀ ଯଦି ଭାବୁଛ ଅଟେ ସାକ୍ଷୀ ସ୍ନେହ ମମତାର,
ନାରୀର ସୁରକ୍ଷା ସ୍ବାଧୀନତା ପାଇଁ କିଛି କାମ କର |୯|
ରାକ୍ଷୀ ବାନ୍ଧି ଦେଇ ହାତେ ମମତାର ଡୋରୀରେ
ସମସ୍ତ ବୈରୀ ଭାବ ହୃଦୟ ଭିତରୁ ଦୂରେଇବାରେ |୧୦|
ସମାଜର ଭାବନାରୁ ନିଶା ହଟିଲେ ଯୌତୁକ ଦାବୀର ,
ନାରୀ ଚାଲିଲେ ଏକୁଟିଆ ନିର୍ଭୟରେ ରାତ୍ର ମଧ୍ୟର |୧୧|
ବଳତ୍କାର, କନ୍ୟା ଭୃଣ ହତ୍ୟା, ନାରୀର ସନମାନରେ
ରାକ୍ଷୀ ପୂର୍ଣ୍ନମୀର ଯଥାର୍ଥ ମହତ୍ତ୍ୱ ରହିବ ସମାଜରେ |୧୨|
