ଭାଇ-ଭଉଣୀ କହ କାହାଣୀ
ଭାଇ-ଭଉଣୀ କହ କାହାଣୀ
କେ ଖୋଜି ଦେବ ଆଜି ମୋ ଭାଇ-ଭଉଣୀ ?
ହଜିଲେ ଆଜି , ବୋଲନ୍ତି ପଇସାର ବାଣୀ
ଦୁନିଆ ରଙ୍ଗରେ ରଙ୍ଗୀଲେ ମୋ ଭାଇ ଆଜି
ନ ମନେ ପଡ଼େ ତାଙ୍କୁ ଛୋଟବେଳର ସେଇ କାହାଣୀ ?
ଥଟ୍ଟା, ମଜା ହସ ଭରା ଦିନର କାହାଣୀ
ସାଙ୍ଗ ସାଥି ହୋଇ କଟିଗଲା କେତେ ଯେ ପର୍ବାଣୀ
ଜଣେ କାନ୍ଦିଲେ ଆଉ ଜଣେ ମନାଏ ମନ ଜାଣି ।
ମିଳି ମିଶି ବାଣ୍ଟି ଖାଉଥିଲେ ଗୋଟେ ଥାଳି ।।
ହେଲେ ସେ ସବୁ ଆଜି ଭୁଲିଛନ୍ତି ମୋ ଭାଇ ଭଉଣୀ ।।
ଗୋଟେ ଥାଳି ଆଜି ହୁଏ ଅନେକ ....
ବହୁ ଥାଳିରେ ବି ଆଜି ପୁରେନି ପେଟ ।।
