ଭାଗବତର ପରୀକ୍ଷିତ
ଭାଗବତର ପରୀକ୍ଷିତ
ଅଭିମନ୍ୟୁ ସୁତ ରାଜା ପରୀକ୍ଷିତ
ଜନମି ଉତ୍ତରା ଗର୍ଭରେ
ରଚି ଯାଇଛନ୍ତି ଅକ୍ଷୟ କୀରତି
ସକଳ ଆର୍ଯ୍ୟାବର୍ତ୍ତରେ
ଶମୀକ ମୁନି
ପୁତ୍ର ଶୃଙ୍ଗୀ ଅଭିଶାପରେ
ମୃତ୍ୟୁ ସାତ ଦିନେ ଚକ୍ଷକ ଦଂଶନେ
ଭାଗବତ ଗାଥା ସଂସାରେ ।
ମହାଭାରତର ଯୁଦ୍ଧ ସମୟର
କାହଣୀ ଅତୀବ ବିଚିତ୍ର
ଅଶ୍ଵତ୍ଥାମା ବୀର ପେଶେ ବ୍ରହ୍ମଶର
ନାଶାର୍ଥେ ଉତ୍ତରାର ପୁତ୍ର
ଜାଣି ଶ୍ରୀକୃଷ୍ଣ
ସୁଦର୍ଶନ ତୋଳି ହସ୍ତରେ
ପଶି ଗରଭରେ ବିଷ୍ଣୁତେଜ ବଳେ
ଗର୍ଭସ୍ଥ ଶିଶୁ ରକ୍ଷାକଲେ ।
ଜନ୍ମେ ବିଷ୍ଣୁରାତ ନାମରେ ପ୍ରଖ୍ୟାତ
ସେଥିପାଇଁ ପୁତ୍ର ହୋଇଲା
ଗର୍ଭରେ ଦର୍ଶନ ଯେଉଁ ରୂପ ଜାଣ
ସ୍ମରି ସେ ପୁରୁଷେ ଖୋଜିଲା
ଲୋକ ଭିତରେ
କେ ସିଏ ଜଣିବାକୁ ଚାହିଁ
ପରୀକ୍ଷା କରନ୍ତେ ନାମ ପରୀକ୍ଷିତ
ସେଦିନୁ ଜଗତେ ବୋଲାଇ ।
ସମୟଚକ୍ରରେ ଧରା ଛାଡ଼ିଗଲେ
ଶ୍ରୀକୃଷ୍ଣ ପରମ ପୁରୁଷ
ଶୋକରେ ବିଭୋର କୁନ୍ତୀ ପଞ୍ଚପୁତ୍ର
ଇଚ୍ଛା କରି ସରଗବାସ
ରାଜ୍ୟ ସମର୍ପି
ନାତି ପରୀକ୍ଷିତ ହାତରେ
ପାଞ୍ଚାଳୀ ସହିତ ଚଳିଲେ ତ୍ବରିତ
ଗିରି ହିମାଳୟୋଦ୍ଦେଶ୍ୟରେ ।
କେତେ କାଳ ଗଲା ଅଭିମନ୍ୟୁ ବଳା
ପ୍ରଜା ପାଳି ନୀତି ଆଦର୍ଶେ
ଶାସକ ଉତ୍ତମ ଗଣ୍ୟ ଧରାଧାମ
ମଣ୍ଡିତ ନାନା ଖ୍ୟାତି ଯଶେ
ମୃଗୟା ଅର୍ଥେ
ଏକଦା ବନରେ ପ୍ରବେଶି
ମୃଗ ସନ୍ଧାନରେ କ୍ଷୁଧା ତୃଷାତୁରେ
ଭେଟିଲେ ଧ୍ୟାନସ୍ଥ ମହର୍ଷି ।
ମାଗି ମାଗି ଜଳ ପଛେ ହୀନବଳ
ଉତ୍ତର କିଛି ବି ନ ପାଇ
ଜ୍ଞାନଶୂନ୍ୟ ହୋଇ ଧନୁହୁଳେ ନେଇ
ମୃତ ନାଗସର୍ପ ଲମ୍ବାଇ
ମୁନି ଗଳାରେ
ବାହୁଡ଼ିଲେ ହସ୍ତିନାପୁର
ସଙ୍ଗୀ ବାଳକଠୁ ଶୁଣେ ଏକଥାକୁ
ଖେଳୁଥିବା ଋଷି କୁମର ।
ଆସି ସେ ଆଶ୍ରମ କୋପାଳନ ସମ
ଜଳ ହସ୍ତେ ମନ୍ତ୍ରୋଚ୍ଚାରଣ
ଅଦ୍ୟରୁ ସପତ ଦିନେ ପରୀକ୍ଷିତ
ତକ୍ଷକ ନାଗ ଦଂଶନ
ଶମୀକ ମୁନି
ଧ୍ୟାନ ତେଜି ଜାଣି ଏକଥା
ଦୁଃଖରେ କାତର କି କଲୁ କୁମର
ଅପକ୍ବରେ ଦଣ୍ଡ ବ୍ୟବସ୍ଥା !
ପ୍ରାଣନାଶ ପାଇଁ ଭୟାଳୁ ନହୋଇ
ନିବେଶି ଚିତ୍ତ ପ୍ରଭୁଠାରେ
ସକଳ ଆସକ୍ତି ତେଜି ନରପତି
ପହଞ୍ଚିଲେ ଗଙ୍ଗା କୂଳରେ
ଶ୍ରୀଶୁକଦେବ
ଭଗବତ୍ ସ୍ବରୂପର ଜ୍ଞାନ
ସେଠି ଉପଲବ୍ଧି କରାଇ ସେ ସୁଧୀ
ଆତ୍ମା ମୋକ୍ଷପଥ ଭାଜନ ।
