STORYMIRROR

Bharatabandhu Biswal

Classics Inspirational Others

4  

Bharatabandhu Biswal

Classics Inspirational Others

ଭାଗବତ ଏକ ପବିତ୍ର ଗ୍ରନ୍ଥ

ଭାଗବତ ଏକ ପବିତ୍ର ଗ୍ରନ୍ଥ

1 min
12


ବ୍ୟାସଦେବ ବିରଚିତ ଗ୍ରନ୍ଥ ଶ୍ରେଷ୍ଠ ସୁପବିତ୍ର 

ଅଟଇ ବିଷ୍ଣୁଚରିତ ଶାସ୍ତ୍ର ଭାଗବତ

ରଚିଲେ ପ୍ରାକୃତ ଛନ୍ଦେ ସାବଲୀଳ ବୋଧଗମ୍ଯେ

ଓଡିଶାର ଭକ୍ତକବି ଦାସ ଜଗନ୍ନାଥ ।

ତକ୍ଷକ ଦଂଶନେ ଭୀତ ହେଲେ ରାଜା ପରୀକ୍ଷିତ

ନିଶ୍ଚିତ ଆସନ୍ନ ମୃତ୍ଯୁ କଲା ବିଷାଦିତ

ନାରଦଙ୍କ ଉପଦେଶେ ଶୁଣାଇଥିଲେ ଏ କଥା

ବ୍ଯାସସୁତ ଶୁକମୁନୀ ସାକ୍ଷାତ ଅମୃତ ।

ଜ୍ଞାନ ଭକ୍ତି ମୁକ୍ତିପ୍ରଦ ଅଟଇ ପରମ ଶାସ୍ତ୍ର 

ଶ୍ରୀମଦଭାଗବତ ବଚନ ପ୍ରତ୍ଯକ୍ଷ 

ଭଗବାନ ଶ୍ରୀକୃଷ୍ଣଙ୍କ ବାଙ୍ ମୟ ଉପଦେଶ

କଥାମୃତେ ପରିପୂର୍ଣ୍ଣ ଶ୍ରଦ୍ଧା ଭକ୍ତି ମୁଖ୍ଯ ।

କରିଲେ କଥା ଶ୍ରବଣ ନିତ୍ଯ ପାଠ ପାରାୟଣ

କୋଟି କୋଟି ଜନ୍ମ ପାପ ହୋଇଥାଏ ନଷ୍ଟ 

ଶୁଣିଲେ ମୁମୂର୍ଷୁ ଜନ ହୁଅଇ ବୈକୁଣ୍ଠ ଲାଭ

ଭାଗବତ କଥାମୃତ ହରେ ଦୁଃଖକଷ୍ଟ ।

ଯେଉଁଠାରେ ହେଉଥାଏ ନିତ୍ଯ ପାଠ ପାରାୟଣ

ସୁପବିତ୍ର ସେହିସ୍ଥାନ ଅଟଇ ସୁତୀର୍ଥ

ମନ୍ତ୍ର ତନ୍ତ୍ର ଷଡଶାସ୍ତ୍ର ପୁରାଣ ବେଦ ବେଦାନ୍ତ 

ହୋଇଥାନ୍ତି ମୂର୍ତ୍ତମାନ ଶ୍ରବଣେ ମଜ୍ଜିତ ।

ନଦୀ ଗଙ୍ଗା ଗୋଦାବରୀ ସରୋବର ପୁଷ୍କରାଦି

ଦଣ୍ଡକାଦି ବନଭୂମି ଗିରି ହିମାଳୟ

ସମସ୍ତ ଦେବ ଗନ୍ଧର୍ବ ଦଶଦିଶ ଦିଗପାଳ

ଶୁଣିଥାନ୍ତି କଥାମୃତ ହୋଇ ଏକ ଲୟ ।

ଏକଥା ଶ୍ରବଣ ମାତ୍ରେ ପାପତାପ ଦୁଃଖ ହରେ

ବିରାଜନ୍ତି ହୃଦୟରେ ସାକ୍ଷାତ ଶ୍ରୀହରି

ରାଜସୂୟ ଅଶ୍ୱମେଧ ଯଜ୍ଞାଧିକ ଲଭେ ଫଳ

ବୃଥା ଭ୍ରମ ଜୀବନରୁ ଯାଏ ଅପସରି ।

କରେ ଯିଏ ହେୟଜ୍ଞାନ ବଞ୍ଚିଥାଏ ଶବ ତୂଲ୍ୟ

ଭୋଗକରେ ପାପ ଆତ୍ମା ନରକ କଷଣ

ଲଭେ ସାଧୁ ସଦଗତି ସହଜେ ସାଯୁଜ୍ଯ ମୁକ୍ତି

ଯତ୍ନେ କରେ ଭାଗବତ ଶ୍ରବଣ ମନନ ।

କର ଶୁଭ ଶଙ୍ଖନାଦ ଶୁଭୁ ଜୟ ଜୟକାର

ହରିବୋଲ ହୁଳହୁଳି କଣ୍ଠରେ ଉଛୁଳୁ

ଜୀବନରେ ଭରୁ ରଙ୍ଗ କୁସୁମିତ ହେଉ ପଥ

ହରିକଥା ଶୁଣି ଜୀବ ତରୁ ଭବ ଜଳୁ ।

      


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Classics