STORYMIRROR

Kalandi pal

Classics Others

3  

Kalandi pal

Classics Others

ଭାଦ୍ରବର ବେଶ

ଭାଦ୍ରବର ବେଶ

1 min
237



ଦ୍ୱାପର କାଳନ୍ଦୀ ହ୍ରଦ ନୀଳାଚଳେ

    ମାରକଣ୍ଡ ପୁଷ୍କରିଣୀ

ଭାଦ୍ର କୃଷ୍ଣ ଏକାଦଶୀ ସନ୍ଧ୍ୟା କାଳେ

    କାଳୀୟ ଦଳନ ପୁଣି ll


ପ୍ରଭୁ ଜଗନ୍ନାଥ ହୋଇ କୃଷ୍ଣ ରୂପ

    ଶ୍ରୀ ହସ୍ତେ ମୁରଲୀ ଧରି

ସପ୍ତ ଫେଣାପରେ ଶ୍ରୀ ମଧୁସୂଦନ

    ତ୍ରିଭଙ୍ଗୀ ଠାଣୀକୁ ଭରି ll


କାଳୀୟର ଦର୍ପ କରି ପରାହତ

    ଜଳକୁ ଅମୃତ କରି

ଜୀବେ ଦୟା କଲେ ସେ ଦିନ ବାନ୍ଧବ

    କାଳୀୟ ଦଳନ କରି ll


ଭାଦ୍ରବ ଦ୍ୱାଦଶୀ ପ୍ରଭୁ ବେଶ ହୋନ୍ତି

    ପ୍ରଲମ୍ବା ସୁରର ବଧ

ଚାରି ଯୁଗ ବେଶ ହୁଅନ୍ତି ବିଗ୍ରହେ

    ଦର୍ଶନେ ନେତ୍ର ପବିତ୍ର ll


ତ୍ରୟୋଦଶୀ ତିଥି କୃଷ୍ଣ ପକ୍ଷ ଭାଦ୍ର

     କୃଷ୍ଣ ବଳରାମ ବେଶ

ମୋହନ୍ତି ଜଗତ ମୋହନ୍ତି ଭକତ

    ସିଂହାସନେ ପୀତବାସ ll

    


Rate this content
Log in

Similar oriya poem from Classics