Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bharatabandhu Biswal

Inspirational

3  

Bharatabandhu Biswal

Inspirational

ଭାବୁଛି ଖାଲି ତୋ କଥା

ଭାବୁଛି ଖାଲି ତୋ କଥା

1 min
429



ତୁ ତ ମୋହର ଅତି ଆପଣାର

ମାତା ପିତା ବନ୍ଧୁ ସଖା

ଭାବୁଛି ଖାଲି ତୋ କଥାରେ କାଳିଆ

ଦେଏ ଥରେ ମୋତେ ଦେଖା ।


ତୁ ଜୀବ ଜୀବନ ତତ୍ତ୍ୱ ଅବିନାଶୀ

  ପରବ୍ରହ୍ମ ପରମାତ୍ମା

ତୁ ପରମାନନ୍ଦ ପ୍ରଭୁ ଆଦିକନ୍ଦ

  ସୁଖ ଦୁଃଖ ସର୍ବ ସୀମା

କରୁଣା ତୋହର କରବନାହିଁ ଊଣା

  ବୁଝ ଟିକେ ମନ କଥା ।

ତୁ ତ ମୋହର -----


ଜୀବନ ରଥର ତୁ ତ ସାରଥି

  ବାମନ ମଧୁସୂଦନ

ତ୍ରିଗୁଣ ରଜ୍ଜୁକୁ ଭିଡି କଷି ଧରି

  ପଥ ଅନୁକୂଳେ ଟାଣ

ବଡ଼ଦାଣ୍ଡେ ତୋର ଧୂଳିକଣା ହୋଇ

  ଲଭେ ସୁଶୀତଳ ଛାୟା ।

ତୁ ତ ମୋହର ------


କଳପ ବଟ ତୁ  ପରମ ପୁରୁଷ

  ବେଦ ବିଦ୍ୟା ଗତି ମୁକ୍ତି

ଦିଅ ସଦଜ୍ଞାନ  ଜଗତର ନାଥ

  ସନ୍ମାର୍ଗ ବିବେକ ବୁଦ୍ଧି

ପତିତପାବନ ଦିଅ ଦରଶନ

  କୈବଲ୍ୟେ ମୋ ମନବାଞ୍ଛା ।

ତୁ ତ ମୋହର ------



Rate this content
Log in

Similar oriya poem from Inspirational