STORYMIRROR

Lokanath Rath

Inspirational

4  

Lokanath Rath

Inspirational

ଭାବରୁ ଶବ୍ଦ

ଭାବରୁ ଶବ୍ଦ

1 min
434

ଲେଖିବାକୁ କିଛି ଏବେ ବାକି ଅଛି  

ଭାବନାରେ ଭାବ ନୂଆ ରୂପ ନେଉଛି |


କହୁଛି ଲେଖନୀକୁ ସିଏ ଥିରି ଥିରି  

ଶବ୍ଦରେ ଯୋଡି ଦେବାକୁ ଜୀବନ୍ତ କରି |


ଲେଖନୀ ଏବେ ଦେଖୁଛି ଆଉ ଭାବୁଛି  

କିଛି ଭଙ୍ଗୀରେ ନୂଆ କରି ଗଡ଼ୁଛି |


ତଥାପି କାହିଁକି କେଜାଣି ଏହି ମନ  

ବଡ଼ ଅମାନିଆ ସିଏ ହୁଏ ଛନଛନ |


କେବେ ଅଭିମାନ କରି କଥା କୁହେ ନାହିଁ  

କେବେ କଥାରେ କଥାରେ ଯାଏ ବହି |


ଭାବର ପ୍ରକାଶ ଶବ୍ଦରେ ଯେବେ ହୁଏ  

କିଛି କବିତା କିଛି କାହାଣୀ ହୋଇଯାଏ |


ଲେଖୁ ଲେଖୁ ସତେ କେତେ ଲେଖି ହୁଏ  

ଭରା ନଈରେ ନୌକାର କାତ ସିଏ |


ଲେଖନୀ କାତ ଯେବେ ଯାଏ ଚାଲିଥାଏ 

ଶବ୍ଦ ନୌକାର ଦିଗ ଅନୁରୂପେ ବହି ଯାଏ |


ହେବ ନାହିଁ କେବେ ଯାତ୍ରା ଶେଷ  

ଭାବର ଶବ୍ଦ ସଦା ହେବ ପ୍ରକାଶ |


କେହି କେହି ଭାବେ ଶବ୍ଦ ହଜିଗଲା  

ଲେଖିବାର ଏବେ ଦେଖ ଅନ୍ତ ହେଲା |


କିନ୍ତୁ ଶବ୍ଦ କେବେ ତ ହଜେ ନାହିଁ  

ଚିନ୍ତନରେ ଥାଏ ସିଏ ଦେଖା ଦିଏ ନାହିଁ |


ଚିନ୍ତନରେ ଯେବେ ହୁଏ ବହୁ ଅତ୍ୟାଚାର  

ଲୁଚାଏ ଶବ୍ଦକୁ ତାହା ଠାରୁ କରାଇ ଦୂର |


ଯେବେ ସେହି ଅତ୍ୟାଚାର ସବୁ ବଢିଯାଏ  

ପ୍ରକୃତ ଭାବ କିଛି ପ୍ରକଟ ନହୁଅଇ |


ସେଥିପାଇଁ ଲାଗେ ଶବ୍ଦ ହୋଇଛି ଶେଷ  

ଲେଖିବାର ଆଉ ହୁଅ ନାହିଁ କିଛି ପ୍ରୟାସ |


ସେଥିଲାଗି ସଦା କରିବାକୁ ହୁଏ ସାଧନା  

ଶୁଦ୍ଧ ଚିନ୍ତନ ଜାଗ୍ରତ କରଇ ଚେତନା |


ସେହି ଚେତନା ଶକ୍ତି ବିନାଶଇ ଅତ୍ୟାଚାର  

ଆଉ ପ୍ରେରଣାରୁ ସୃଷ୍ଟି ହୁଏ ଭାବର |


ସେହି ଭାବର ଭିନ୍ନ ଭିନ୍ନ ରୂପ  

ଶବ୍ଦରେ ଗୁନ୍ଥି ଲାଗଇ ଭିନ୍ନ ସ୍ୱରୂପ |


କେବେ ସେହି ଶବ୍ଦରେ ଗୁନ୍ଥା ମାଳ  

ହୁଅଇ କବିତା ପାଇ ସୁନ୍ଦର ତାଳ |


କେବେ ପୁଣି ହୁଏ ଗଦ୍ୟର ପ୍ରାନ୍ତର  

ହୋଇଯାଏ କାହାଣୀ ହୁଏ ଶୃତି ମଧୁର|


ସେହି ଭାବର ଶବ୍ଦ ଅଟେ ବିଚିତ୍ର  

ଗୁନ୍ଥିବାକୁ ହେଲେ ବୁଝିବାକୁ ହୁଏ ଅର୍ଥ |


ଭାବର କେବେ ହୁଏ ନାହିଁ କିନ୍ତୁ ନାଶ  

ଭାବର ଶବ୍ଦ ଅଟେ ସାହିତ୍ୟର ଅଂଶ |


କେହି ତାକୁ ପାରେ ନାହିଁ କରି ବଶ  

ସାଧନାର ବଳେ ପ୍ରାପ୍ତ ସିଏ ଆଶିଷ |


କରିବାକୁ ଭାବର ଶବ୍ଦକୁ ସୁନ୍ଦରେ ପ୍ରକାଶ  

ନିରନ୍ତର କରିବାକୁ ହୁଅଇ ଅନେକ ପ୍ରୟାସ |


ଆଦିକାଳୁ ଚାଲିଅଛି ଏହି ଅମୃତ ସାଧନା  

ଭାବର ଶବ୍ଦରୁ ସୃଷ୍ଟି ଲେଖନୀର ରଚନା|



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational