Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

SUJATA DAS

Abstract Classics

4  

SUJATA DAS

Abstract Classics

ଭାବରେ ତୁମେ ମୋର

ଭାବରେ ତୁମେ ମୋର

1 min
279



ତୁମେ ଅଛ ବୋଲି 

 ଫୁଟୁଛି କଦମ୍ବ 

  ବରଷା ପଡୁଛି ଝରି, 

ମିଠା ମହକରେ 

  ହୃଦୟ ମନ୍ଦିରେ 

   ମହକରେ ଯାଏ ପୁରି l


ତୁମେ ଅଛ ବୋଲି 

  ଆସୁଛି ବସନ୍ତ 

  ମୋ ମନ ଅଗଣା ପରେ, 

ବସନ୍ତ ଛୁଆଁରେ 

  ହୃଦ ପାରାବାରେ 

    କଳ୍ପନାର ଭାବ ଝରେ l


ତୁମେ ଅଛ ବୋଲି 

  କୋଇଲି ଗାଉଛି 

   ଅପୂର୍ଵ ମହ୍ଲାର ତୋଳି, 

ମନ ମଧୁବନ 

  ଶିହରୀତ ହୁଏ 

   ଫଗୁ ଯାଏ ଦେହେ ବୋଳି l


ତୁମେ ଅଛ ବୋଲି 

  ଆଖିରେ ଭରିଛି 

    ସପନର ମଧୁଶାଳା, 

ସପନ ମହଲେ 

  ଆଙ୍କିଛି କେତେ ମୁଁ  

    ଆକାଂକ୍ଷାର ବର୍ଣ୍ଣମାଳା l


ତୁମେ ଅଛ ବୋଲି 

  ଜହ୍ନ ବି ହସୁଛି 

    ଝରୁଛି ଜୋଛନା ରାଶି, 

ଜୋଛନାରେ ଭିଜି 

  ମନ ଯାଏ ହଜି 

    ବାଣ୍ଟି ଦେଇ ହସ ଖୁସି l


Rate this content
Log in

Similar oriya poem from Abstract