Become a PUBLISHED AUTHOR at just 1999/- INR!! Limited Period Offer
Become a PUBLISHED AUTHOR at just 1999/- INR!! Limited Period Offer

ବି. ନିରୁପମା

Action Inspirational Others

4  

ବି. ନିରୁପମା

Action Inspirational Others

ଭାବରେ ଗଲିଣି ବୁଡ଼ି

ଭାବରେ ଗଲିଣି ବୁଡ଼ି

1 min
373



ଚକା ଚକା ଦୁଇ ଆଖି ଦେଖି ତୁମ

ଭାବରେ ଗଲିଣି ବୁଡ଼ି

ଇଚ୍ଛା ହେଉଅଛି ଦୁଇବାହୁ ତୋଳି

ନାଚିବାକୁ କେଇ ଘଡ଼ି ।

ଆଶୀର୍ବାଦ ଦିଅ ନାଥ

ତୁମରି ଧ୍ୟାନରେ ବାକିଦିନ ଯେତେ

ହେଉ ମୋର ସମାପତ ।


ମୋହ ପ୍ରତି ତୁମେ ଅଶେଷ କରୁଣା

କରିଛ ହେ ମହାବାହୁ

ଦୁଃଖ ଶୋକ ଯେତେ ଦୂରେଇ ଦେଉଛ

ତୁମ ଆଗେ କହୁ କହୁ ।

ଆଉ କି ମାଗିବି କୁହ

ତୁମରି ପ୍ରେମରେ ଭୋଳ ହୋଇ ଦେଖ

ଝରିଯାଏ ଆଖିଲୁହ ।


ସଂସାର ମଧ୍ୟରେ ସବୁଠାରୁ ଶ୍ରେଷ୍ଠ

ଜନମ ଦେଇଛ ନାଥ

ତେଣୁ ଧନ୍ୟବାଦ ଦେଇ ପ୍ରତିଦିନ

ଚରଣେ ନୂଆଏଁ ମାଥ ।

ରଖିଥିବ ସଦା ଦୟା

ତୁମ ନାମ ଗାଇ, ଦିବ୍ୟରୂପ ଧ୍ୟାୟୀ

ପବିତ୍ର ହେଉ ମୋ କାୟା ।


Rate this content
Log in