STORYMIRROR

Pramodini Parichha

Classics

4  

Pramodini Parichha

Classics

ଭାବରେ ଭାବରେ-୫

ଭାବରେ ଭାବରେ-୫

1 min
395

ଭାରି ଭଲପାଏ 

   ତୋତେରେ କାଳିଆ

        ଆସିଛି ତୋପାଖେ ଧାଇଁ 

ଲୁଚାଇ ରଖିଛି

   ଚକୋଲେଟ୍ ଟିଏ

      ତୋ ହାତରେ ଦେବାପାଇଁ ।


ଶୁଣିଥିଲି ମୁହିଁ

     ବଡ଼ଖିଆ ତୁହି

        ଷାଠିଏ ପଉଟି ଖାଉ

ପ୍ରସାଦରେ ଯେବେ

     ମନ ଭରେ ନାହିଁ

       ଟଙ୍କ ତୋରାଣିକୁ ପିଉ ।


ପଣ୍ଡା ପଡିହାରୀ

    ଖଟନ୍ତି ତୋପାଶେ

       ତୋହରି ସେବାର ପାଇଁ

ଖାଲି ହାତେ ମୁହିଁ

     କିପରି ଆସିବି

       କୁହ ପ୍ରଭୁ କଳା ସାଇଁ ।


ଖୁଦ କି ମଳୁଖ

    ପାଇଲିନି କିଛି

       ଦୟାମୟ ଦୀନବନ୍ଧୁ

ଚକୋଲେଟ୍ ଟିଏ

     ଯାଚୁଛି ଶ୍ରଦ୍ଧାରେ

        ଘେନାକର କୃପାସିନ୍ଧୁ ।


ଋଷ ନାହିଁ ଆଉ

    କାଳିଆ ଠାକୁର

       କଥା ପଦେ ଦିଅ କହି

ସବୁଦିନ ପାଇଁ

    ବନ୍ଧୁତ୍ୱର ଭାବ

        ଯୁଗ ଯୁଗ ଥାଉ ରହି ।


Rate this content
Log in

Similar oriya poem from Classics