STORYMIRROR

Sarmistha Palai

Classics

4  

Sarmistha Palai

Classics

ଭାବର ଠାକୁର ଜଗନ୍ନାଥ

ଭାବର ଠାକୁର ଜଗନ୍ନାଥ

1 min
265


ତୁମେ ଆଦି ତୁମେ ଅନାଦି 

ତୁମେ ପରଂବ୍ରହ୍ମ ତୁମେ ଦାରୁବ୍ରହ୍ମ

ତୁମେ ନାଦବ୍ରହ୍ମ ତୁମେ ଶୂନ୍ୟବ୍ରହ୍ମ

ତୁମେ ଆକାର ତୁମେ ଓଁକାର

ତୁମେ ଭାବର ଠାକୁର ଜଗନ୍ନାଥ।


ଯୁଗେ ଯୁଗେ ଜଗନ୍ନାଥ

ମାନବୀୟ ଲୀଳା ତୁମ୍ଭର

ଚାରି ଯୁଗରେ ଦଶ ଅବତାର ରୂପ 

ନେଇ ଏ' ଧରା ଧାମରେ 

ତୁମେ ଲୀଳା ଖେଳା

କରି ଆସିଛ ପ୍ରଭୁ

ତୁମ୍ଭର ଗୁଣ ଅବର୍ଣ୍ଣନୀୟ।

ତୁମେ ଭାବର ଠାକୁର ଜଗନ୍ନାଥ।


ଚାରି ଯୁଗରେ ପାପିକୁ ବଦ୍ଧିକି

ତପିଙ୍କୁ ଉଦ୍ଧାର କରିଛ

କଳିରେ ଦାରୁବ୍ରହ୍ମ ହୋଇ

ନୀଳାଚଳରେ ଅବସ୍ଥାନ କରୁଛ

ଭାଈ, ଭଉଣୀଙ୍କୁ ସାଥିରେ ଧରି

ବାର ମାସରେ ତେର ଯାତ୍ରା ଭିଆଇଛ

ତୁମେ ଭାବର ଠାକୁର ଜଗନ୍ନାଥ।


ହାତ ଗୋଡ଼ ନାହିଁ

କିନ୍ତୁ ଭକ୍ତ ପାଇଁ ଯୋଜନ ଯୋଜନ

ବାଟ ଚାଲିଛ ପ୍ରଭୁ

ତୁମେ ଭାବରେ ବନ୍ଧା

ଅଭାବଠୁ ବହୁତ ଦୂର

ଭକ୍ତ ବତ୍ସଳ ଶ୍ରୀହରି

ଭାବରେ ନାବକୁ କର ତ' ପାରି

ମନ୍ଦିରରେ ତୁମେ ନଥାଅ ପ୍ରଭୁ

ଭକ୍ତ ଯେଉଁଠି ତୁମକୁ ଜପୁ ଥାଏ

ତୁମେ ସେଠାରେ ଥାଅ

ତୁମେ ଭାବ ବିନୋଦିଆ ଠାକୁର

ଭାବର ଠାକୁର ଜଗନ୍ନାଥ।


ଜ୍ଞାନ ହୀନ ମୁଁ ପ୍ରଭୁ

ତୁମ ଗୁଣର ମହିମା ବର୍ଣ୍ଣିବାକୁ

ମୋର ଶକ୍ତି ନାହିଁ

ତୁମେ ଅନନ୍ତ, ଅସୀମ, ଅମାପ

ତୁମେ ଆକାଶ ତୁମେ ସାଗର

ତୁମେ ସ୍ୱର୍ଗ, ମତ୍ତ୍ୟ, ପାତାଳ

ତୁମେ ଭାବର ଠାକୁର ଜଗନ୍ନାଥ।



Rate this content
Log in

Similar oriya poem from Classics