STORYMIRROR

pranati Mahapatra

Tragedy Inspirational Others

3  

pranati Mahapatra

Tragedy Inspirational Others

ଭାବନାରୁ ପଦେ

ଭାବନାରୁ ପଦେ

1 min
216


କହିବି କଥାଏ ଶୁଣିଥିଲି କାନେ

ଦେଖିଲି ଦୁଇ ନୟନେ,

ଭରପୁର ଲୋକ ପୂଜନ୍ତି ପୁଷ୍ପରେ

ଆନନ୍ଦ ଉତ୍ସାହ ମନେ।


ପାଖେ ଯାଇ ଦେଖେ ଭାଷାର ସମ୍ରାଟ

     ବସିଛନ୍ତି ଚୁପଚାପ,

ଗଳେ ଲମ୍ବା ଗେଣ୍ଡୁହାର ପିନ୍ଧି ଦେଇ

     ଶୁଣୁଥାନ୍ତି ବସି ଗପ।



ପୁଷ୍ପାଞ୍ଜଳି ଦେବା ପାଇଁ ଠିଆ ହେଲି

     ତାଙ୍କ ପ୍ରତିମୂର୍ତ୍ତି ପାଶେ,

(ମୁହଁକୁ ଫୁଲେଇ କହିଲେ ସେ ମୋତେ)

ବ୍ୟାସକବି କୁହ ମୋ କବିତା ପଦେ

    ଗାଉ ନା କେ ଦରହାସେ।


ସବୁଠି ପ୍ରଚାର ପ୍ରସାର କରୁଛ

ବ୍ୟାସକବି ଫକୀରମୋହନ,

ଯୁବକଠୁ ବୃଦ୍ଧବୃଦ୍ଧା କାହାଠାରୁ

ପଦେ କବିତା ଶୁଣିଲାନି କାନ। 


କବି ହେଲି ହେଲେ ଗପ କହିଲ

ଐତିହ୍ୟ ସଂସ୍କୃତି କଳା ନୈପୁଣ୍ୟତା

ସବୁ କର ପ୍ରହସନ,

ହେବା ପାଇଁ ବଡ଼ ପୂର୍ବ ସୂରୀଙ୍କର

କର ଯେ ଅନୁସରଣ ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Tragedy