STORYMIRROR

Chittaranjan Nanda

Abstract Classics Fantasy

3  

Chittaranjan Nanda

Abstract Classics Fantasy

ଭାବନାର ସ୍ଵାଧୀନତା

ଭାବନାର ସ୍ଵାଧୀନତା

1 min
186


ମନ ଚାହୁଁଥାଏ ରହିବାକୁ

 ସଦା ସ୍ବାଧୀନ

ନଥିବ କେବେରେ କିଛି ତ

 ବାଧା ବନ୍ଧନ ।୧।


ମନର ଥାଏ ଅବଦାନ ଜୀବନେ 

ସ୍ବାଦ ପାଇଵାରେ

ମନ ନିର୍ମଳ ତ, ମଣିଷ ସୁନ୍ଦର ବିଶ୍ବ 

ଗଢ଼ି ପାରେ ।୨।


ଏଇ ଭାଵନା ଅଟେ ପ୍ରତି 

ମଣିଷର ଜୀବନ,

ସ୍ବାଧୀନତା ମାନବିକ ଅଧିକାରରେ 

ପାଇଛି ସ୍ଥାନ ।୩।


ଜାଣି ଥିଲେ ଏ ସତ୍ୟକୁ ସମ୍ବିଧାନର 

ଯେତେ ପ୍ରଣେତା ଥିଲେ

ତେଣୁ ମନର ସ୍ୟାଧୀନତାକୁ ୨୧ ଧାରାରେ 

ମୌଳିକ ଅଧିକାର ଦେଲେ ।୪।


ବିବେକୀ ମଣିଷ ମନକୁ ଉତ୍ତମ ପଥ 

ଚାଲିବାରେ ଲଗାଇ ଥାଏ 

ସର୍ବ ପ୍ରକାର ଅମଣିଷ ଅମାନବୀୟ 

ଭାବନାକୁ ଲଗାମ ଦରକାର ଥାଏ।୫।


ନକଲି ଲୋକ ବହୁ ଡ୍ରାମାଵାଜୀ କରି 

ରଙ୍ଗ ରୂପରେ ଵଢାଏ କାୟା, 

କପଟ ସ୍ବଭାବରେ ବୁଣି ଚାଲେ ସେଇ

ସାମ୍ପ୍ରଦାୟିକତାର ଛାୟା ।୬।


କେତେ କରନ୍ତି କୁମ୍ଭୀର କାନ୍ଦଣା, 

ମନରେ ଥାଏ ଆବିଳତା

ସେମାନଙ୍କ ମନକୁ ଆଇନ ବଳରେ 

ବାନ୍ଧିବାକୁ ଅଛି ଆବଶ୍ୟକତା (୭)



ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Abstract