STORYMIRROR

Papu parida

Inspirational Others

3  

Papu parida

Inspirational Others

ଭାବିଥିଲେ କେବେ

ଭାବିଥିଲେ କେବେ

1 min
207

ମୁଖରେ ବାନ୍ଧିଣ ବଳଦର ତୁଣ୍ଡି

ପାଦେ

ହାତୀର ଅଦୃଶ୍ୟ ବେଢ଼ି

ଭାବିଥିଲେ କେବେ ଶ୍ରେଷ୍ଠ ମନୁଷ୍ୟ ବି

କରିବ ଭଲ୍ଲୁକ ରଡି।


ମନୁଷ୍ୟ ମରଇ ପୋକ ମାଛି ପରି 

କରେ

 ବଞ୍ଚିବାର ଲାଗି ଦ୍ୱନ୍ଦ

ଭାବିଥିଲେ କେବେ କଇଁଛ ପରିକା 

ହୋଇବା ଗୃହରେ ବନ୍ଦ।


ସ୍ୱଚ୍ଛ ଅମ୍ଳଜାନ ନ ପାଇଣ ଏଠି

ହାଏ

ମାରୁଥିଲେ କେତେ ପକ୍ଷୀ

ଭାବିଥିଲେ କେବେ ସେଇ ଅମ୍ଳଜାନ

ସାଜିବ ନ୍ୟାୟର ସାକ୍ଷୀ।


ଯେଉଁ ଜ୍ଞାନ ପାଇଁ ଗର୍ବ ଅହଂକାର

ଆମେ 

ଶ୍ରେଷ୍ଠଜୀଵ ବୋଳାଇଲେ

ଭାବିଥିଲେ କେବେ ଗଧ ସାଜିଯିବା

ଶିକ୍ଷା ଆମ ବନ୍ଦ ହେଲେ।


ମାଙ୍କଡ଼ ଯେପରି ଢୋଲ ତାଳେ ବାଇ

ଆମେ

ସଭ୍ୟ ହେବା ଲାଗି ଭାଈ

ଭାବିଥିଲେ କେବେ ଏ ପ୍ରତିଯୋଗିତା 

ମୂଷିକ ଦେବ ସଜାଇ।


ପଶୁପକ୍ଷୀ ପାରୁ ହୋଇଲା ଜୀବନ

ହାଏ

ନଥିଲା ଜା ଲାଗି ସମ୍ମାନ

ଭାବିବାକୁ ହେବ ଏ ପରିସ୍ଥିତି ଟା

ମନୁଷ୍ୟର ଘୃଣ୍ୟଦାନ।


ସୁଧୀରିବା ଆମେ ସୁଧୀରିବ ସ୍ଥିତି

କାଲି 

ନୂଆ ସକାଳ ଆସିବ

ଭାବିବାକୁ ହ୍ରବ ପ୍ରକୃତିକୁ ମାଆ

ପୁଣି ମନୁଷ୍ୟ ହସିବ।


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Inspirational