Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Basanti Pattnaik

Abstract

4.0  

Basanti Pattnaik

Abstract

ଭାବ ତରଙ୍ଗ

ଭାବ ତରଙ୍ଗ

1 min
210



  ରେ ଆତ୍ମନଟିକେ ରହିଯା

           ମୋର କଥାକୁ କିଛି ଶୁଣି ଯା

  ଜୀବନ ଡଙ୍ଗା ଟି ହାଉଲି ଚାଲିଛି

           କାମତ ମୋର କିଛି ତ ସରିନି ।


  ମନରେ ରହିଛି ଅସୀମ ଭାବନା

           ସାଦା କାଗଜରେ ଲମ୍ବା ତାଲିକା

  ଗୋଟି ଗୋଟି ହୋଇ ପାହାଚ ଚଢୁଛି

            ଛକି ଶୂନ କରି ଗାର ତ ଟାଣୁଛି ।


  ଭାବ ତରଙ୍ଗ ରେ ବିଚଳିତ ହୁଏ ମନ

             ମନରେ ବାନ୍ଧିଛି କେତେ ଯେ ସପନ

 ସ୍ବପ୍ନ ସାଗରରେ ବୁଡି ତ ରହିଛି

             ତାରି ଭିତରେ ନିଜ କୁ ଖୋଜୁଛି ।


  ଭାବନା ରାଇଜେ କେତେ ଯେ ବୁଲୁଛି

             ଡେଇଁ ଡେଇଁ ମୁଁ ତାରାକୁ ଧରୁଛି

  ଜୀବନ ରାସ୍ତାରେ କେତେ ଯେ ଘୁରୁଛି

              ଥକ୍କି ଯାଇ ପୁଣି ବସିତ ଯାଉଛି ।


 ଭାବ ତରଙ୍ଗ ରେ ମଣିଷ ଧାଉଁଛି

            ଆସକ୍ତି ଭାବରେ ଶାନ୍ତି ତ ହାରୁଛି

 ମଣିଷ କେବଳ ଧାବକ ସାଜିଛି

            ପ୍ରକୃତ ସୁଖକୁ ହରାଇ ବସିଛି

 ଜୀବନ ସତ୍ୟ ରୁ ବଞ୍ଚିତ ହେଉଛି

            ତଥାପି ଭାବ ତରଙ୍ଗେ ପେଶି ତ ହେଉଛି।


              


Rate this content
Log in

Similar oriya poem from Abstract