Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!
Unlock solutions to your love life challenges, from choosing the right partner to navigating deception and loneliness, with the book "Lust Love & Liberation ". Click here to get your copy!

Bijay Prusty

Fantasy

3  

Bijay Prusty

Fantasy

ବେସୁରା ଗୀତି

ବେସୁରା ଗୀତି

1 min
234


ଅର୍ଦ୍ଧନିମିଳିତ ଆଖି ତୁମ କୁହେ

କେତେ ଯେ ଅକୁହା କଥା

ତୁମ ଓଠ ଫାଙ୍କୁ ହସ ସବୁ ଆସି

ହରିନିଏ ମୋର ବ୍ୟଥା I


ଗୋଲାପି ପୋଷାକତଳେ ଦେଖେ ଯେବେ

ତୁମରି ଫୁଙ୍ଗୁଳା ଦେହ

ଆଖି ତଳେ ମୋର ଚମକେ ବିଜୁଳି

ହଜିଯାଏ ସବୁ ଲୁହ I


କୋଇଲି ସ୍ୱରକୁ ନିଜର କରିଛ

କଥା କୁହ ଧିରେ ଧିରେ

ଚଇତି ଓଠରେ ମଳୟ ଗାଉଛି

ଗୀତଟିଏ ତୁମ ସ୍ୱରେ I


ତୁମ ଆଖି ମୋତେ ରଖିଦିଏ ବାନ୍ଧି

ଭୁଲେ ମୁଁ ନିଜକୁ ନିଜେ

କେମିତି ବର୍ଣ୍ଣନା କରିବି ତୁମକୁ

ଉପମାଟିଏ ମୁଁ ଖୋଜେ ।


Rate this content
Log in

Similar oriya poem from Fantasy