STORYMIRROR

Ajita Mishra

Fantasy

3  

Ajita Mishra

Fantasy

ପୁରାଣ

ପୁରାଣ

1 min
175

ମୁଁ ପୁରାଣ 

ବିଂଶ ଶତାବ୍ଦୀରେ

ସଂଘର୍ଷ କରୁଛି

ପ୍ରତି ଗଳିକନ୍ଦି

ଖବର କାଗଜରେ

ସାଧକ ଏକମାତ୍ର 

ପ୍ରତିପକ୍ଷ  

ବଞ୍ଚେଇ ରଖିଛି

ସଂଘର୍ଷ କରେ...

ମୁଁ ଆଳଙ୍କାରିକ 

ବର୍ଣ୍ଣନା ନୁହେଁ

ବ୍ୟବହାରିକ ବୁଦ୍ଧିମତ୍ତା

ରୂପକଟେ ନୁହେଁ

କି ନଥିପତ୍ର ନୁହେଁ

ପରୀକ୍ଷା କରିପାର

ସନ୍ଧାନ ମିଳିପାରେ

ଏହା ଏକ ଯୁଦ୍ଧଟିଏ

ମୋ ଜୀବନ

ସଂଘର୍ଷ ରେ ଭରା

କୁହେଳିକାଟିଏ...

ପ୍ରତ୍ୟେକ ପୃଷ୍ଠାର

ମୂଲ୍ୟବାନ ଶବ୍ଦକୁ

ସାଗର ଗର୍ଭ ରୁ

ବେଦ ଉଦ୍ଧାରିଲାପରି

ମନ୍ଥନ କର

ତୁମ ଗୁପ୍ତଗନ୍ତାଘର ର

ସଂଘର୍ଷ ମୁଁ ......

ସବୁ ବକ୍ ବକ୍ ବନ୍ଦକର

ଶବ୍ଦର ଅମୃତ 

କାଳକୁଟ ବିଷ

ଭାସି ଉଠୁ ଥରେ

ଚହଲିଯାଉ ଉପରକୁ

ଠିକ୍ ଗ୍ରୀକ୍ ପୁରାଣର

ପାଣ୍ଡୋରାର ବାକ୍ସ

ଖୋଲିବାପରି....


ଏହି ବିଷୟବସ୍ତୁକୁ ମୂଲ୍ୟାଙ୍କନ କରନ୍ତୁ
ଲଗ୍ ଇନ୍

Similar oriya poem from Fantasy